ନାବାଳିକାଙ୍କୁ ଅପହରଣ କରି ହତ୍ୟା
ଯାଜପୁର, ୪/୧୧ :(ପ୍ରତିନିଧି ନାରାୟଣ ରଥ) ଯାଜପୁର ଜିଲା ମଙ୍ଗଳପୁର ଥାନା ଅହିୟାସ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ନାବାଳିକା ଜଣକ ଟିଉସନ ଯାଇ ଆଉ ଘରକୁ ପେଂରିନଥିଲେ। ପରେ ନାବାଳିକାଙ୍କର ଦୁର୍ଘଟଣା ଘଟିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଦୁର୍ଘଟଣା ପରେ ନାବାଳିକାଙ୍କୁ ପ୍ରଥମେ ଧାମନଗର ଡାକ୍ତରଖାନା ଏବଂ ପରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନା ସହିତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ନାବାଳିକାଙ୍କର ଗତକାଲି ମୃତ୍ୟୁ ଘଟିଥିଲା ।
ଏହି ଘଟଣା ପଛରେ ଧାମନଗର ଅଞ୍ଚଳର କେତେକ ଦୁର୍ବୃତ୍ତଙ୍କ ସଂପୃକ୍ତି ଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଅପହରଣ କରି ନେଇ ପେଂରାର ହେଉଥିବା ସମୟରେ ବାଟରେ ସେମାନଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ପରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ସେମାନେ କହିଛନ୍ତି। ତେବେ ଏହି ଘଟଣାରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।