ନାବାର୍ଡ ଦ୍ବାରା ପାଞ୍ଚଶହ ଆଦିବାସୀ ହେବେ ଉପକୃତ…

ମାଲକାନଗିରି (ସ.ଖ.ପ୍ର ):ନାବାର୍ଡର ଆର୍ଥିକ ସହାୟତାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ଯମକୋଣ୍ଡା ପଞ୍ଚାୟତରେ ୨୫୦ ଏକର ଆଦିବାସୀଙ୍କ ଢିପ ଜମିରେ କରାଯାଇଛି ଆମ୍ବ ଏବଂ କାଜୁ ଚାଷ |ପରବର୍ତ୍ତୀ ସମୟରେ ଆମ୍ବ ଏବଂ କାଜୁ ଚାଷରୁ ମିଳିବ ରୋଜଗାରର ପନ୍ଥା | ଆଦିବାସୀମାନେ ହେବେ ଆର୍ଥିକ ସୁଦୃଢ ବୋଲି ନାବାର୍ଡ ଡିଡିଏମ ଧର୍ମେନ୍ଦ୍ର ବେଉରିଆ ପ୍ରକାଶ କରିଛନ୍ତି |
ମାଲକାନଗିରି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ଜଣାଶୁଣା |ଜିଲ୍ଲାର ଯୁବକ ଯୁବତୀମାନେ ଜୀବିକା ଅନ୍ୱେଷଣରେ ବାଧ୍ଯ ହୋଇ ଦାଦନ ଖଟିବା ପାଇଁ ବାହାର ରାଜ୍ଯକୁ ପ୍ରତି ବର୍ଷ ଯାଇଥାନ୍ତି |
ବିଶେଷ କରି ମାଲକାନଗିରି ଜିଲ୍ଲାର ଆଦିବାସୀ ଅଞ୍ଚଳଗୁଡିକରେ ଲୋକମାନଙ୍କୁ ନିଜ ଗୋଡରେ ଠିଆ ହୋଇ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ନାବାର୍ଡ ସଂସ୍ଥାର ଏକ ଅଭିନବ ପ୍ରୟାସ ଜାରି ରହିଛି |ଏହା ଦ୍ୱାରା ଆଦିବାସୀମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା ରଖିଛି ନାବାର୍ଡ |