ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କରେ ରାୟଗଡା ସହରର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ଆଲୋଚନା ଚକ୍ର

ରାୟଗଡା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କ ରେ ରାୟଗଡା ସହର ର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଙ୍କ ଆଲୋଚନା ଚକ୍ର ଭାରତୀୟ ଜନତା ପାର୍ଟି ରାୟଗଡା ଶାଖା ତରଫରୁ ସ୍ଥାନୀୟ ହୋଟେଲ ତେଜସ୍ୱି ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ସହର ର ବହୁ ବୁଦ୍ଧିଜୀବୀ ଓକିଲ ବରିଷ୍ଠ ନାଗରିକ ଯୋଗ ଦେଇ ନିଜ ନିଜ ର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବି ଜେ ପି ମେଡ଼ିଆ ସେଲ ର ମୁଖ୍ୟ ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ ନାଗରିକ ସଂଶୋଧନ ଆଇନ ବିଷୟରେ ଉପସ୍ଥିତ ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ଙ୍କୁ ଉଦବୋଧନ ଦେଇ ମହାପାତ୍ର କହିଲେ ଯଦି ଦେଶର ବିଭାଜନ ଧାର୍ମିକ ଆଧାର ରେ ହୋଇନଥାନ୍ତା ତାହାହେଲେ ନାଗରିକତା ସଂଶୋଧନ ଆଇନ 2019 ର ଅବଶ୍ୟକତା ପଡ଼ିନଥାନ୍ତା ସେ ପୁଣି କହିଲେ କଂଗ୍ରେସ ର ନୀତିର କାରଣ ପାଇଁ ହିଁ ଦେଶର ବିଭାଜନ ଧର୍ମ ଆଧାରରେ ହୋଇଥିଲା 1950ରେ ଦିଲ୍ଲୀ ରେ ପ୍ରଧାନମନ୍ତ୍ରୀ ଯବହାର ଲାଲ ନେହେରୁ ଓ ପାକିସ୍ତାନ ଲିଆକତ ଅଲ୍ଲୀ ଖାନ ଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଦୁଇ ଦେଶରେ ରହୁଥିବା ଅଳ୍ପ ସଂକ୍ଷକ ମାନଂକୁ ସରକାର ସୁରକ୍ଷା ଦେବେଵା ସେମାଙ୍କର ନିଜର ଧର୍ମ ପାଳନ ପାଇଁ ସ୍ୱତନ୍ତ୍ର ଅଧିକାର ରହିବ କିନ୍ତୁ ପାକିସ୍ତାନ ଏହି ଚୁକ୍ତି କୁ କାର୍ଯ୍ୟକାରୀ କାରି କଲା ନାହିଁ 1947ରେ ପାକିସ୍ତାନ ରେ ସଂଖ୍ୟା ଲଘୁ ମାନଙ୍କ ସଂଖ୍ୟା ମାତ୍ର 23ପ୍ରତିଶତ ଥିଲା ଯାହା 2011ରେ ମାତ୍ର 3.7ପ୍ରତିଶତ କୁ ଖସି ଆଶୀଥିଲା ଏଥିପାଇଁ ପାକିସ୍ତାନ ଆଫଗାନିସ୍ତାନ ଓ ବାଂଲାଦେଶ ରେ ରହୁଥିବା ଧାର୍ମିକ ଆଧାର ରେ ପ୍ରତାରିତ ହୋଇଥିବା ଅଳ୍ପ ସଂକ୍ଷକ ହିନ୍ଦୁ ବୌଦ୍ଧ ଶିକ୍ଷ ଜୈନ ପାର୍ସୀ ଖ୍ରୀଷ୍ଟିଆନ ମାନଙ୍କ ର ସ୍ୱାର୍ଥ ରକ୍ଷା ପାଇଁ ଏହି ନାଗରିକତା ସଂଶୋଧନ ଆଇନ 2019 ଅଣାଯାଇଛି ପ୍ରଧାନମନ୍ତ୍ରୀ ମୋଦି ସଫଳତା ରେ ସହ ଗୋଟିଏ ପରେ ଗୋଟିଏ ବିଲ ପାସ କରି ନିଜର ଲୋକପ୍ରିୟତା ବୃଦ୍ଧି କରିଥିବାରୁ ବିରୋଧୀ କଂଗ୍ରେସ ଓ ବାମ ପନ୍ଥୀ ଦଳ କୁଛା ରଟନା କରୁଛି ବୋଲି ଶ୍ରୀ ମହାପାତ୍ର କହିଥିଲେ ଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡା ବି ଜେପି ସଭାପତି ଶିବ ପଟ୍ଟନାୟକ ପୂର୍ବତନ ବି ଜେ ପି ସଭାପତି ଶିବ ଉଲାକା ଏସ ଟି ସେଲ ରେ କଳିରାମ ମାଝୀ ବସନ୍ତ ଉଲାକା ରାୟଗଡା ମହିଳା ମହାବିଦ୍ୟାଳୟ ରେ ପୂର୍ବତନ ଅଧକ୍ଷ କୃପାସିନ୍ଧୁ ପାଣିଗ୍ରାହୀ ମଞ୍ଚାସିନ ରହିଥିଲେ ବିଜେପି ମହିଳା ସଭାନେତ୍ରୀ ମଇନା ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ ସରିବ କିଶୋର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ