02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ବିଜେପିର ପ୍ରେସମିଟ୍‌

ନବରଙ୍ଗପୁର: ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ବିଜେପି ପକ୍ଷରୁ ଯେଉଁ ରାଜ୍ୟ ବ୍ୟାପି ଜନଜାଗରଣ କରାଯାଉଛି ସେନେଇ ମଙ୍ଗଳବାର ନବରଙ୍ଗପୁରର ସର୍କିଟ ହାଉସଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

CAAକୁ ଆଇନକୁ ନେଇ ବିଭିନ୍ନ ରାଜନୈତିକ ଦଳ ଯେଉଁ ବିଶୃଙ୍ଖଳା ସୃଷ୍ଟି କରୁଛି ତାହାକୁ ଦଳ ଘୋର ନିନ୍ଦା କରିବା ସହ ଏହାର କାର୍ଯ୍ୟକାରିତା ନେଇ ସଚେତନତା କରାଯାଇଥିଲା l ବିଜେପି ସରକାର ଏହି ନିୟମ ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ଦେଇଥିବା କହିଥିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ଏହାସହ ଏହି ନିୟମ ସମ୍ବିଧାନର ଧାରା 14କୁ ଉଲଙ୍ଘନ କରୁନଥିବା, ଭାରତର ସଂଖ୍ୟା ଲଘୁଙ୍କ ସହ ଏହାର ସମ୍ପର୍କ ନଥିବା ସହ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସୂଚନା ଦେଇଛି ଜିଲ୍ଲା ବିଜେପି ଦଳ ।
ସେହିଭଳି ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅବଦୁଲ ଗଫୁର ଏହି ଆଇନକୁ ସ୍ବାଗତ କରିବା ସହ ଆଫଗାନିସ୍ଥାନ, ପାକିସ୍ତାନ ଓ ବାଙ୍ଗଲାଦେଶ ଭଳି ଦେଶଙ୍କଠାରୁ ବିତାଡିତ ହୋଇଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଭାରତରେ ନାଗରିକତା ଦେବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ ହୋଇଥିବା କହିଛନ୍ତି।

ହାସହ ଏଠାରେ ଭାରତର କୌଣସି ନାଗରିକକୁ ହଟାଇବାର ଆଇନରେ ନଥିବା କହିବା ସହ କଂଗ୍ରେସ ଦଳର କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *