12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନଳକୂପରୁ ଅନବରତ ବାହାରୁଛି ପାଣି, ସଞ୍ଚୟ ପାଇଁ ସ୍ଥାନୀୟ ଲୋକଙ୍କ ଦାବୀ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରୁ ପ୍ରାୟ 5 କିଲୋମିଟର ଦୂରରେ ନଳକୂଅରୁ ପାଣି ଆପେ ଆପେ ବାହାରୁଛି । ସ୍ଥାନୀୟ ବାସିନ୍ଦା ଏହି ପାଣିକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରୁଥିବା ବେଳେ ବହି ଯାଉଥିବା ପାଣିକୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ହେଲେ ଏହି ପାଣିକୁ ସଞ୍ଚୟ କରିବା ପାଇଁ ସ୍ଥାନୀୟ ଲୋକେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ପାଣି ପାଇଁ କେଉଁଠାରେ ଲୋକେ ଡହଳ ବିକଳ ହେଉଥିବା ବେଳେ ଆଉ କେଉଁଠାରେ ନଳକୂପ ଥାଇ ମଧ୍ୟ ସେଥିରୁ ପାଣି ବାହାରୁନି । ମାତ୍ର ପାରଳାଖେମୁଣ୍ଡି ନିକଟରେ ଥିବା ପାଟିକୋଟା ଗ୍ରାମରେ ନଳକୂପରୁ ଆପେ ଆପେ ପାଣି ବାହାରୁଛି । ଏହା ଦିନେ ପାଇଁ ନୁହେଁ କି ମାସେ ପାଇଁ ନୁହେଁ ବରଂ ବର୍ଷ ବର୍ଷ ଧରି ଏହି ନଳକୂପରୁ ପାଣି ନିରନ୍ତର ଭାବେ ବାହାରୁଥିବା ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡିରୁ ମୋହନା ଯିବା ମୁଖ୍ୟ ରାସ୍ତାର କଡ଼ରେ ନଳକୂପଟି ପଡୁଥିବାରୁ ଏହାକୁ ଦେଖିବାକୁ ରାସ୍ତାରେ ଯାଉଥିବା ଲୋକେ ମଧ୍ଯ ଗାଡ଼ି ରଖି ଏହି ଆଶ୍ଚର୍ଯ୍ୟ ନଳକୂପକୁ ଦେଖନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।

ସେପଟେ ଗ୍ରୀଷ୍ମଋତୁରେ କିଛି ସ୍ଥାନରେ ପାନୀୟ ଜଳ ସମସ୍ୟା ବହୁଳ ମାତ୍ରାରେ ଦେଖାଯାଇଥାଏ । ଗ୍ରାମରେ ନଳକୂପ ଥାଇ ମଧ୍ୟ ସେଥିରୁ ପାଣି ବାହାରି ନଥାଏ । ମାତ୍ର ଏହି ନଳକୂପରେ ଗ୍ରୀଷ୍ମଋତୁରେ ଏଭଳି କିଛି ସମସ୍ୟା ଦେଖିବାକୁ ମିଳିନଥାଏ । ଗୋଷାଣୀ ବ୍ଲକର ପାଟିକୋଟା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ଥିବା ଏହି ନଳକୂପରୁ ବାହାରୁଥିବା ପାଣିକୁ ଜମିରେ ବ୍ୟବହାର କରାଯାଉଥିବା ବେଳେ ବଳକା ପାଣିକୁ ଟାଙ୍କି କରି ସଞ୍ଚୟ କରିବାକୁ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *