01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନର୍ସଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର, ପୋଲିସ ତଦନ୍ତ ଆରମ୍ଭ…

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା ବାଲିମେଳା ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଅନସାରୀ ମାଝୀ ଅନ୍ୟଜଣେ କାର୍ଯ୍ୟରତ ଷ୍ଟାଫ୍‌ ନର୍ସଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିବା ଗୁରୁବାର ଅଭିଯୋଗ ହୋଇଛି । ସମ୍ପୃକ୍ତ ଷ୍ଟାଫ ନର୍ସ ଏନେଇ ଅଭିଯୋଗ କରିବା ସହ ଥାନାରେ ଏତଲା ଦେଇଥିଲେ । ମଦ୍ୟପାନ କରି ଡାକ୍ତରଙ୍କ ନର୍ସଙ୍କୁ ଦୁର୍ବ୍ୟବାହର, ପୋଲିସ ତଦନ୍ତରେ ନର୍ସଙ୍କ କହିବା ଅନୁଯାୟୀ ଡାକ୍ତର ଅନସାରୀ ମଦ୍ୟପାନ କରି ଡାକ୍ତରଖାନାରେ କାମ କରୁଥିଲେ । ଏପରି ସ୍ଥିତିରେ ସେ ନର୍ସ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ବିରୋଧ କରିବାରୁ ସେ ନର୍ସ ଜଣଙ୍କ କେଶ ଟାଣି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ସେ ସ୍ଥାନୀୟ ଓର୍କେଲ ଥାନାରେ ଏତଲା ଦେଇଛନ୍ତି । ସେପଟେ ସମ୍ପୃକ୍ତ ଘଟଣାରେ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇ ଆଇ ସି ଜଣାଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *