01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନଭେମ୍ବର ୨୧ରେ ପୌରାଞ୍ଚଳସ୍ତରୀୟ ପରବ ପାଳନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

ଜୟପୁର ୭/୧୧(ସଖପ୍ର):ଜୟପୁର ପୌରାଞ୍ଚଳସ୍ତରୀୟ ପରବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ସଭାଗୃହରେ ଅନୁଷ୍ଠିତ ବୈଠକରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ | ନ‌ଭେମ୍ବର ୨୧ରେ ହେବାକୁ ଥିବା ପୌରାଞ୍ଚଳସ୍ତରୀୟ ପରବ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବା ୨୧ ତାରିଖରେ ଭଗବତୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଦଶହରା ପଡିଆରେ ପହଞ୍ଚିବା ସେଠାରେ ପରବ ପତାକା ଉତ୍ତୋଳନ ପରେ ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ସ୍ଥାନୀୟ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହେବା ସେହିପରି ଖେଳକୁଦ ସ୍ପୋର୍ଟସ କଂପ୍ଲେକ୍ସ ଏବଂ ଦଶହରା ପଡିଆରେ କରିବା ପାଇଁ ନିଷ୍ପତ୍ତ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ଵ ଧିରେନ ପଟ୍ଟନାୟକ, ନିରଞ୍ଜନ ପାଣିଗ୍ରାହୀ, ଶଙ୍କର ପ୍ରହରାଜ ଓ ଖେଳ କୁଦ ଦାୟିତ୍ଵ ରବି ନାୟକ, ୱାଇ ପ୍ରସାଦ, ଭବାନୀ ପଣ୍ଡା, ଜହନ ହରିଜନଙ୍କୁ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷା ବି. ସୁନିତା, ଉପଜିଲ୍ଲାପାଳ ଆକାଭରମ୍ ସସ୍ୟା ରେଡୀ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପିତବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସମସ୍ତ କାଉନସିଲର୍ ସମାଜସେବୀ ସଞ୍ଜୟ ଜୈନ, ନିଶାନ ପଟ୍ଟନାୟକ, ପୌର କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଜାନି, ସାନିଟେସନ୍ ଇନସପେକ୍ଟର ସତ୍ୟନାରାୟଣ ପାତ୍ର, ପି. ଜଗଦୀଶ, ଗୋପାଳକୃଷ୍ଣ ସାହୁ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *