ନବରଙ୍ଗପୁର ସାଂସଦ ବୁଲିଲେ ବନ୍ୟାଞ୍ଚଳ…
ମାଲକାନଗିରି (ସ. ଖ. ପ୍ର ):ଲଗାଣ ବର୍ଷା ଲାଗି ରହୁଥିବାରୁ ବହୁତ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି |ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ |ସେ ମୁରଲୀଗୁଡ଼ା, ପେଟା, ଅଲମା, ତଣ୍ଡାପଲ୍ଲୀ ଓ ବିନାୟକପୁର ଆଦି ଅଂଚଳ ବୁଲି ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ |ବିନାୟକପୁର ରୁ ପେଟାକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଧୋଇ ହୋଇ ଯାଇଛି |ଏହାକୁ ଯଥାଶୀଘ୍ର ତିଆରି କରିବାକୁ ଅଧିକାରୀଙ୍କୁ କହିଥିଲେ |ସେ ତାପରେ କାଲିମେଳା ବି ଡ଼ି ଓ ଶ୍ରୀ ଦଳେଇ ଓ ତହସିଲଦାର ଆଲୋକ ଅନୁଗୁଳିଆଙ୍କ ସହ ଆଲୋଚନା କରିଥିଲେ |ଏହି ଅଂଚଳରେ ବିଭିନ୍ନ ଯୋଜନାରେ ହେଉଥିବା ପ୍ରକଳ୍ପକୁ ଯଥାଶୀଘ୍ର ସାରିବାକୁ ସେ ନିର୍ଦେଶ ଦେଇଥିଲେ |ଏହି ଗସ୍ତ ସମୟରେ ତାଙ୍କ ସହ ସ୍ୱତନ୍ତ୍ର ଆଦିବାସୀ ଵିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ପୂସୁଗୁଡା ସରପଞ୍ଚ ରାମା ରବା, ବିପ୍ଳବ ବିଶ୍ୱାସ, ଶରତ ବିଶ୍ୱାଳ, ସତ୍ୟ ସ୍ୱାଇଁ, ଲମ୍ବୋଦର ତୁରୁକ ଓ ଅନ୍ୟ ମାନେ |