November 18, 2025

Sabubarga Khabar

All category news

ନବରଙ୍ଗପୁର ଝରିଗାଁ ବ୍ଲକରେ ନୂତନ ଅଦାଲତ ଉଦଘାଟିତ

ଝରୀଗାଁ (ସଖପ୍ର): ଆଜି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଝରୀଗାଁରେ ନୂତନ ଅଦାଲତର ଉଦଘାଟନ କରାଗଲା। ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାରେ କେବଳ ଚାରି ପାଞ୍ଚଟି ଅଦାଲତ ଥିବାରୁ ଲୋକଙ୍କୁ ନ୍ୟାୟ ପାଇବାକୁ ହେଲେ ଅନେକ ଦୂରକୁ ଯିବାକୁ ପଡିଥାଏ। ତେଣୁ ଓଡିଶା ସରକାର ଓ ଜିଲ୍ଲା ଓକିଲ ସଙ୍ଘର ପ୍ରଚେଷ୍ଟା ଫଳରେ ଆଜି ଝରୀଗାଁ ଠାରେ ନୂତନ ଅଦାଲତର ପ୍ରତିଷ୍ଠା ହୋଇପାରିଛି। ଫଳରେ ଝରୀଗାଁ ବ୍ଲକର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଉକ୍ତ ଅଦାଲତକୁ ଓଡିଶା ଉଚ୍ଚ ନ୍ୟାୟାଳୟର ଚିଫ ଜଷ୍ଟିସ ମାନନୀୟ ଏସ ମୁରଲୀଧର ଭିଡିଓ କନଫରେନସିଂ ଦ୍ୱାରା ଉଦଘାଟନ କରିବା ସହ ଜଷ୍ଟିସ ଏସ କେ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେରେ ଜିଲ୍ଲାପାଳ ଅଜିତ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ଏସ ପୁରୁଷୋତ୍ତମ ଦାଶ, ଉମରକୋଟ ଏସ ଡ଼ି ପି ଓ ଦିନେଶ ନାୟକ, ଝରୀଗାଁ ତହସିଲଦାର ହୃଷିକେଶ ଗଣ୍ଡ, ଝରୀଗାଁ ପୋଲିସ ଅଫିସରଙ୍କ ସହ ଉମରକୋଟ ବାର ଏସୋସିଏସନର ସଭାପତି ତପନ ଦେବନାଥ, ସମ୍ପାଦକ ଶାନ୍ତନୁ ବାହିନୀପତି, ପ୍ରଶାନ୍ତ ସାହୁଙ୍କ ସମେତ ଜିଲ୍ଲାର ଅନେକ ଓକିଲ ଉପସ୍ଥିତ ଥିଲେ। ଉକ୍ତ ଅଦାଲତର ସିଭିଲ ଜର୍ଜ ଭାବେ ନିଶା ଅଗ୍ରୱାଲଙ୍କୁ ନିଯୁକ୍ତି ଦିଆଯାଇଛି।

ଉମରକୋଟରୁ ଘିନୁ ପନାକାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.