03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବରଙ୍ଗପୁର ଜିଲ୍ଲା ପାଇଲା ସ୍କୋଚ ପ୍ଲାଟିନମ ପୁରସ୍କାର

ନବରଙ୍ଗପୁର(ସଖପ୍ର): ନବରଙ୍ଗପୁର ଜିଲ୍ଲା ପାଇଲା ସ୍କୋଚ ପ୍ଲାଟିନମ ପୁରସ୍କାର
। ଏହି ସଫଳତା ଏବଂ ବିଜୟ ପାଇଁ ଆମର ବିଜ୍ଞାନ ଓ ପ୍ରଯୁକ୍ତି ଦଳକୁ (Science & Technology InterventionTeam) ଅଭିନନ୍ଦନ । ଜିଲ୍ଲା ନିମନ୍ତେ ଏହା ଏକ ଦୀର୍ଘ ପ୍ରତିକ୍ଷିତ ଅଭିଳାଷ । ନବରଙ୍ଗପୁର ଏକ ପଛୁଆ ଓ ଅଜଣା ଜିଲ୍ଲାଭାବେ ଦେଶର ଉପସ୍ଥାପିତ ହୋଇଥିଲା ଏବଂ ଆଜି ପ୍ରମାଣିତ କରିଛି ଯେ, ଯଦି ଉପଯୁକ୍ତ ସାଧନ ମିଳେ ଏବଂ ପଦାଧିକାରୀ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରନ୍ତି ତେବେ ନିଶ୍ଚିତଭାବେ ଉତ୍କର୍ଷ ସଫଳତା ପ୍ରାପ୍ତ ହୋଇଥାଏ । ଏହି “ସ୍କଚ୍- ପ୍ଲାଟିନମ୍” ପୁରସ୍କାର ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏହି ଉତ୍ତମ ଉଦ୍ୟମ ସହିତ ଜଡିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି।

ଡ଼.ଅଜିତ କୁମାର ମିଶ୍ର
ଜ଼ିଲ୍ଲାପାଳ, ନବରଙ୍ଗପୁର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *