November 18, 2025

Sabubarga Khabar

All category news

ନଛିପୁର ଉଚ୍ଚ ବିଦ୍ଯାଳୟର ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଉଦଯାପିତ

ବାଲେଶ୍ଵର,୧୦/୧– ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ନଛିପୁର ଉଚ୍ଚ ବିଦ୍ଯାଳୟର ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୨ ଦିନଧରି ଚାଲିଥିବା ବେଳେ ଏହାକୁ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପତ୍ରୀ ଉଦଘାଟନ କରିଥିଲେ ।

ଖେଳ ଶିକ୍ଷକ ପ୍ରଦୀପ କୁମାର ମାହାନାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଖେଳ ହୋଇଥିଲା । ୨ ଦିନଧରି ଅନୁଷ୍ଠିତ କାର୍ଯ୍ୟକ୍ରମର ଆଜି ଥିଲା ଅନ୍ତିମ ତଥା ଉଦଯାପନୀ ଦିବସ । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ଶ୍ରୀ ପତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସରପଞ୍ଚ ପଙ୍କଜିନୀ ଦାସମହାପାତ୍ର, ମୁଖ୍ୟବକ୍ତା ପ୍ରାକ୍ତନ ଶିକ୍ଷକ ଦେବେନ୍ଦ୍ର ରାଉତ,ସମ୍ମାନିତ ଅତିଥି ଭାବେ ବିଷ୍ଣୁପଦ ସାହୁ,ମାୟାଧର ବୈଶାଖ,ପରମାନନ୍ଦ ବେଜ,ଉପେନ୍ଦ୍ର ପାତ୍ର, ରମାକାନ୍ତ ମହାନ୍ତିଙ୍କ ସମେତ ଅନ୍ଯମାନେ ମଞ୍ଚାସୀନ ଥିଲା । ପ୍ରାରମ୍ଭରେ ଶିକ୍ଷକ ନରସିଂହ କୁମାର ପାଣି ବେଦପାଠ କରିବା ପରେ ବିଷ୍ଣୁ ପ୍ରସାଦ ମିଶ୍ର ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ଭଗବାନ କୁମାର ମିଶ୍ର, ବିଷ୍ଣୁପ୍ରିୟା ମିଶ୍ର,ଦେବସ୍ମିତା ପଣ୍ଡା ଓ ଶିକ୍ଷାକର୍ମଚାରୀ ରାକେଶ କୁମାର ବେଜ,ରତିକାନ୍ତ ରାଉଳ ଓ ଆରତିଲତା ଦାସ,ମୋହନ ସୁନ୍ଦର ପତି,ରଞ୍ଜିତା ସାହୁ,ଜୟନ୍ତୀ ସେଠୀ କରିଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ମଞ୍ଚାସୀନ ଅତିଥିମାନେ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗି ଓ ପ୍ରତିଯୋଗିନୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମସ୍ତ ଗ୍ରାମବାସୀମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.