01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନଗେନ୍ଦ୍ର ନାଥ ମହାନ୍ତିଙ୍କର ୮ମ ଶ୍ରାଦ୍ଧ ବାର୍ଷିକ ସଭାରେ କଵି ତଥା ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା

ବାଲେଶ୍ଵର,୧୬/୨ : ବାଲେଶ୍ଵର ଜିଲ୍ଲା ଖଇରା ପ୍ରତିଭା ପରିବାର ତରଫରୁ ସ୍ଥାନୀୟ ଦୁର୍ଗା ମଣ୍ଡପ ପରିସରରେ ଖଇରା ବାଇମୁଣ୍ଡି ନଗେନ୍ଦ୍ର ନାଥ ମହାନ୍ତିଙ୍କ ୮ମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ପ୍ରଥମେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ବେଦପାଠ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ପରେ ତାଙ୍କର ଅମର ଆତ୍ମାର ସଦଗତି କାମନା ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ପରେ ପ୍ରତିଭା ପରିବାରର ସ୍ଥାୟୀ ସଭାପତି ଚିନ୍ତାମଣି ସାହାଣୀଙ୍କ ସଭାପତିତ୍ବରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତିଭା ପରିବାରର ସଦସ୍ଯ/ସଦସ୍ଯା ଏବଂ ସ୍ବର୍ଗତ ନଗେନ୍ଦ୍ର ନାଥ ମହାନ୍ତିଙ୍କୁ ଭଲ ପାଉଥିବା ବ୍ଯକ୍ତିମାନେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉମେଶ ଚନ୍ଦ୍ର ନାୟକ, ହରେକୃଷ୍ଣ ରାଉତ, ଅନ୍ତର୍ଯ୍ୟାମୀ ପାତ୍ର,ବସନ୍ତ ଖିଲାର,ମୁକ୍ତିକାନ୍ତ ଶତପଥୀ, ବୁଦ୍ଧିରାମ ପାଣିଗ୍ରାହୀ, ବିମନ ବାରିକ,ସନାତନ ବେହେରା, ଅଭିରାମ ମହାପାତ୍ର, ଡମ୍ଵରୁଧର ମହାନ୍ତି, ସ୍ନେହଲତା ପରିଡା,ବସନ୍ତ ଦାସ,ଗଗନ ପଣ୍ଡା,ଶଶିକାନ୍ତ ଦାସ ଓ ରାମଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ହୋଇ ତାଙ୍କର ଗୁଣଗାରିମା ବିଷୟରେ ବଖାଣି ଥିଲେ । ସ୍ବର୍ଗତ ମହାନ୍ତି ଜଣେ ଅନୁଷ୍ଠାନ ପ୍ରେମୀ,ନିଃସ୍ବାର୍ଥପର,ସରଳ,ନିରାଡମ୍ବର,ତ୍ଯାଗୀ, ଖଇରା କଲେଜର ପ୍ରଥମ ଉଦ୍ଯକ୍ତା ଥିଲେ । ତେଣୁ ତାଙ୍କୁ ଖଇରା ବାଇମୁଣ୍ଡି ବୋଲି ଅଞ୍ଚଳବାସୀ ଆଖ୍ଯା ଦେଇଥିଲେ । ତାଙ୍କ ଉଦ୍ଯମ ଓ ପ୍ରଚେଷ୍ଟା ବଳରେ ଖଇରା ଅଞ୍ଚଳରେ ବହୁ ଅନୁଷ୍ଠାନ ଗଢି ଉଠିଛି । ଯେତେଵେଳେ ଖଇରା ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ଅଭାବ ଥିଲା ସେତେବେଳେ ସେ ଉକ୍ତ ବ୍ଲକ ଅନ୍ତରା ନିକଟସ୍ଥ ଓଷଙ୍ଗ ଗ୍ରାମରୁ ୧୯୫୦ ମସିହାରୁ ଖଇରାକୁ ଆସି ହୋମିଓପ୍ୟାଥିକ ଡାକ୍ତର ଭାବେ ଲୋକମାନଙ୍କୁ ସେବା ପ୍ରଦାନ କରୁଥିଲେ । ଆହୁରି ମଧ୍ୟ ସେ ଜଣେ ସଫଳ ସ୍ତ୍ରୀ ପ୍ରସୂତୀକାରୀ ହୋମିଓପ୍ୟାଥିକ ଡାକ୍ତର ଥିଲେ । ସରକାରୀ ଡାକ୍ତରଖାନାରୁ ପ୍ରସୂତୀମାନେ ଫେରିଆସି ଶ୍ରୀ ମହାନ୍ତିଙ୍କ ପାଖରେ ଅତି ସହଜରେ ଚିକିତ୍ସିତ ହୋଇ ଫେରୁଥିଲେ । ଏହିପରି ତାଙ୍କର ଅନେକ କିଛି ତାଙ୍କ ବିଷୟରେ ଉପସ୍ଥିତ ବ୍ଯକ୍ତିମାନେ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତବ୍ଯ ମାଧ୍ୟମରେ ପ୍ରକାଶ କରିଥିଲେ । ପ୍ରତିଭା ପରିବାର ପ୍ରତିବର୍ଷ ପାଳନ କରିଆସୁଛି ଆଗକୁ ମଧ୍ୟ ରହିବ ବୋଲି ସଭାପତି ଘୋଷଣା କରିଥିଲେ । ପ୍ରତିଭାତ ପରିବାରର ସଭ୍ଯ, ସାମ୍ବାଦିକ ତଥା କବି ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସ୍ମୃତି ଚାରଣ କରିଥିଲେ । ପ୍ରତିଭା ପରିବାର ତରଫରୁ ଅଭାବୀ ମଣିଷ ଯଥା- କ୍ଷେତ୍ରମୋହନ ମୁଖୀ(କଡମିଆଁ),ମାଗୁଣି ରାଉତ କଡମିଆଁ ), ପାର୍ବତୀ ବେହେରା(ଆଳଦା), ପଦ୍ମାବତୀ ସେଠୀ(ଆଳଦା), ସେବତୀ ପଣ୍ଡା(ବିଷୁନପୁର) ଓ ମକରନ୍ଦ ପାତ୍ର(କୁଡିଆସାହି)ଙ୍କୁ ଶୀତ କମ୍ବଳ ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରୀ ମହାନ୍ତିଙ୍କର ପୁତ୍ର ଜ୍ଯେଷ୍ଠ ପଙ୍କଜ କୁମାର ମହାନ୍ତି ପ୍ରତିଭା ପରିବାରର ଏପ୍ରକାର ଉଦ୍ଯମକୁ ପ୍ରଶଂସାକରି ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭାସାଙ୍ଗ କରିଥିଲେ । ପ୍ରକାଶ ଥାଉକି ଜଣେ ଗରିବ ଅସହାୟ ଭିକାରୀକୁ ଶୀତ କମ୍ବଳ ଦେବାକୁ ପ୍ରତିଭା ପରିବାର ପଛାଇ ନଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରା ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *