03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନକଲି ମୋବିଲ କାରଖାନା ଉପରେ ଚଢ଼ାଉ

ଯାଜପୁରଜିଲ୍ଲା: ନକଲି ମୋବିଲ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ। ଏହାସହ ଏକ ଟାଙ୍କି ସମେତ ଅପମିଶ୍ରିତ ତେଲ ଜବତ ହୋଇଛି । ଘଟଣାସ୍ଥଳରୁ କାର୍ଯ୍ୟରତ ଶ୍ରମିକଙ୍କ ସମେତ ମାଲିକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଠାରେ ଦୀର୍ଘ ଦିନ ଧରି ବେଆଇନ ଭାବେ ମୋବିଲ କାରଖାନା ଚାଲୁଥିଲା । ଏନେଇ ଯାଜପୁର ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ବରେ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ପୂର୍ବରୁ ମଧ୍ୟ ଏଠାରେ ବେଆଇନ ଭାବେ ନକଲି ମୋବିଲ କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ କମ୍ପାନୀରୁ ବାହାରୁ ଥିବା ଖରାପ ତେଲକୁ ଏଠାରେ ଅପମିଶ୍ରଣ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଉ ଥିଲା ବୋଲି ସୂଚନା ମିଳିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *