ଧାରା ଶ୍ରାବଣ କବିତା ଆସର ଅନୁଷ୍ଠିତ
![](https://www.sabubargakhabar.in/wp-content/uploads/2022/07/IMG-20220724-WA0020-1024x472.jpg)
ଜୟପୁର (ସଖପ୍ର): ବସୁମତୀ ସାହିତ୍ୟ ସଂସଦ,ଜୟପୁର ଆନୁକୂଲ୍ୟରେ ସ୍ଥାନୀୟ ଜ୍ୟୋତି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ରମଣି ବାରିକଙ୍କ ୬୦ତମ ଜନ୍ମ ଦିବସ ପୂର୍ତ୍ତି ଅବସରରେ ଧାରା ଶ୍ରାବଣ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସକାଳ ଦୈନିକ ଖବରକାଗଜର ଆଞ୍ଚଳିକ ମୁଖ୍ୟ ଶ୍ରୀଯୁକ୍ତ ରାକେଶ କୁମାର ପାଢୀ ଏବଂ ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ବରିଷ୍ଠ ସାହିତ୍ୟିକ ଡ.ସୁରେଶ ଦାଶ, ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଶ୍ରୀନାଥ ମିଶ୍ର, ସାହିତ୍ୟିକ ଡ.ମହାଦେବ ଶତପଥି, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ବ୍ରହ୍ମପୁରର ଅଧ୍ୟକ୍ଷ ଡ.ନାରାୟଣ ଚରଣ ପଟ୍ଟନାୟକ ଏବଂ ଜୟପୁର ଆଇନ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ବିବେକାନନ୍ଦ ଛୋଟରାୟ ଯୋଗଦାନ କରି ଆଲୋଚ୍ୟ ପ୍ରସଙ୍ଗ “ସମାଜ ପାଇଁ ସାହିତ୍ୟର ଭୂମିକା” ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରମଣି ବାରିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। କବି ଯଜ୍ଞେଶ୍ବର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କବୟିତ୍ରୀ ତପସ୍ୱିନୀ କୁମାରୀ ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଚରଣରେ କବି ଯଜ୍ଞେଶ୍ବର ପଣ୍ଡାଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବୟିତ୍ରୀ ଶୋଭାଗିନୀ ନନ୍ଦ, ତପସ୍ୱିନୀ ସାହୁ ଓ ବିଜୟଲଷ୍ମୀ ପାଣିଗ୍ରାହୀ କବିତା ଗୁଡିକୁ ସଂଯୋଜନା କରିଥିଲେ। କବି ବଂଶୀଧର ମହାରଣା, ସୁକୁମାର ବିଶ୍ୱାଳ, ଚକ୍ରପାଣି ପରିଚ୍ଛା, ଭଗବାନ ସାବତ, ଡ ରାଜେନ୍ଦ୍ର ପାଢ଼ୀ, ମଧୁସୂଦନ ମିଶ୍ର, ଡ ମହାଦେବ ଶତପଥି, ସୁଧୀର ମହାପାତ୍ର, ପ୍ରମୋଦ ରାଉଳ, ନାରାୟଣ ସଗର, ମହେଶ୍ବର ବେହେରା, ଜଳଧର ସ୍ୱାଇଁ, ରମେଶ ଚନ୍ଦ୍ର ସାହୁ, କୁନା ମହାପାତ୍ର, ପଞ୍ଚାନନ ମିଶ୍ର, କାଁହୁ ଚରଣ ପ୍ରଧାନ, ନୃସିଂହ ପ୍ରସାଦ ଷଡ଼ଙ୍ଗୀ, ସୂର୍ଯ୍ୟ ନାରାୟଣ ସାବତ, ଅଜୟ କୁମାର ମଲ୍ଲିକ, ରବୀନ୍ଦ୍ର ମହାରଣା, କବୟିତ୍ରୀ ସଂଯୁକ୍ତା ରାଉତ, ଶୋଭାଙ୍ଗିନୀ ନନ୍ଦ, ଅନୁସୂୟା ସାମନ୍ତରାୟ, ସରସ୍ବତୀ ସାହୁ, କନକଲତା ରଥ, ପ୍ରତୀତ କଞ୍ଚାନ ସାହୁ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ତପସ୍ୱିନୀ ସାହୁ, ମାଧୁରୀ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।ଟୁକୁରୁ ଦାଶ,ଇଂ.ଅନିଲ କୁମାର ପାଣିଗ୍ରାହୀ, ଚନ୍ଦ୍ରକାନ୍ତ ସୁତାର, ମନୋଜ ତ୍ରିପାଠୀ, ଭଜନ ସିଂହ, ଅସିତ ରଞ୍ଜନ ବାରିକ, କନକ ବାରିକ, ସୁସ୍ମିତା ରଥ, ପରମେଶ୍ୱର ପାତ୍ର,ଡ ସୁଦର୍ଶନ ଗୌଡ଼, ରାଜେନ୍ଦ୍ର ଗୌଡ଼, ତପନ କିରଣ ତ୍ରିପାଠୀ, ମହମ୍ମଦ ସରିଫ, ପ୍ରଭାତ ବେହେରା, ବିକାଶ ଶତପଥି, ଅଭିନାଶ ଚୌଧୁରୀ, ସୁପ୍ରିତ ସାମଲ, ରଞ୍ଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କବି ଅଜୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
I wanted to thank you for this wonderful read!! I definitely enjoyed every bit of it. I have got you book-marked to check out new things you postÖ
I was very happy to find this website. I want to to thank you for ones time due to this fantastic read!! I definitely loved every part of it and i also have you book-marked to check out new stuff on your site.
Itís nearly impossible to find educated people about this subject, however, you seem like you know what youíre talking about! Thanks
An intriguing discussion is definitely worth comment. I do think that you should write more on this subject matter, it may not be a taboo matter but usually people dont discuss these issues. To the next! Many thanks!!