ଧର୍ମଶାଳା ବ୍ଲକ ଗଡମଧୁପୁର ରେଲୱେ ଫାଟକ ପାର୍ଶ୍ୱ ରାସ୍ତାମରଣ ଯନ୍ତା ପାଲଟିଛି

ଯାଜପୁର (ସଖପ୍ର):ଧର୍ମଶାଳା ବ୍ଲକ ଗଡମଧୁପୁର ରେଲୱେ ଫାଟକ ପାର୍ଶ୍ୱ ରାସ୍ତା ରେ ଥିବା ରାସ୍ତା ବାଟୋଇ ମାନଙ୍କ ପାଇଁ ମରଣ ଯନ୍ତା ପାଲଟିଛି ।ପ୍ରତ୍ୟେକ ଦିନ ଏହି ରାସ୍ତା ରେ ଭାରି ଜାନ ଯିବା ଆସିବା କରିବା ଦ୍ୱାରା ବଡ଼ ବଡ଼ ଖାଲ ଖମା ସୃଷ୍ଟି ହୋଇଛି ।ଏହି ରାସ୍ତାଟି ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ସହିତ ସଂଯୋଗ ହୋଇଥିବାରୁ କଳାପଥର ହାଈୱା ମାନେ ଯାତାୟତ ପାଇଁ ଗଳାବାଟ ଭାବେ ବ୍ୟବହାର କରିଥାନ୍ତି ।ଅଧିକ ଓଜନ ର ମାଲ ବୋଝେଇ ଗାଡି ଯାତାୟତ କରୁଥିବାରୁ ରାସ୍ତା ଫାଟି ଖାଲ ହେଉଛି ଯାହା ଫଳରେ ଟିକିଏ ବର୍ଷା ହୋଇଗଲେ ପାଣି ଜମା ହୋଇ ବାଟୋଇ ମାନଙ୍କ ପାଇଁ ବିପଦ ସୃଷ୍ଟି ହେଉଛି ।ଏଣୁ ଏହି ରାସ୍ତା ଟିକୁ ତୁରନ୍ତ ମରାମତି ନିମନ୍ତେ ସ୍ତାନୀୟ ଲୋକମାନଙ୍କ ତରଫରୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।
ଯାଜପୁର ପ୍ରତିନିଧି ନାରାୟଣ ରଥ