November 18, 2025

Sabubarga Khabar

All category news

ଧର୍ମଶାଳା ଥାନା ରଥିଆ ଛକ ନିକଟରେ ବିଧାୟକଙ୍କ ଗାଡିକୁ ଟ୍ରକ ଧକ୍କା ଦେଲା

ଯାଜପୁର (ସଖପ୍ର) : ଆଜି ସକାଳୁ ଭୁବନେଶ୍ୱରରୁ ନିଜ ଏନଡ଼ିଓଭର କାର (OD22-R-0001)ରେ ଭଦ୍ରକ ଆସୁଥିଲେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ସକାଳ ପ୍ରାୟ ୭ଟା୪୦ ସମୟରେ ଧର୍ମଶାଳା ଥାନା ରଥିଆ ଛକ ନିକଟ ୧୬ନମ୍ବର ରାଜପଥରେ ଏକ ଟ୍ରକ ଅତର୍କିତ ଭାବେ ବିଧାୟକଙ୍କ କାରର ଡାହାଣ ପଟକୁ ପ୍ରବଳ ବେଗରେ ଧକ୍କା ମାରିଥିଲା। ଏହି ଦୁର୍ଘଟଣାରେ ବିଧାୟକଙ୍କ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲେ ବି ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ ଓ ତାଙ୍କ ଡ୍ରାଇଭର । ଖବର ପାଇ ଧର୍ମଶାଳା ବିଧାୟକ ତଥା ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଲବନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଧର୍ମଶାଳା ସରକାରୀ ଡାକ୍ତରଖାନାରରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଯାଜପୁର ପ୍ରତିନିଧି ନାରିୟଣ ରଥ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.