ଧକା ଦେଇ ଚମ୍ପଟ ମାରୁଥିବା ନିଶାଗ୍ରସ୍ତ ଡ୍ରାଏଭର ଧରାପଡ଼ିଲା…
ମାଲକାନଗିରି (ସଖପ୍ର): ମହିଳାଙ୍କୁ ଧକା ଦେଇ ଚମ୍ପଟ ମାରୁଥିବା ନିଶାଗ୍ରସ୍ତ ଡ୍ରାଏଭର ଓ ଗାଡିକୁ ପୋଲିସଙ୍କୁ ହସ୍ତାନ୍ତର କଲେ ସମାଜସେବୀ । ମାଲକାନଗିରି ବାଲିମେଳା ରାସ୍ତା ମାଲକାନଗିରି ନିକଟସ୍ତ ମଶାଣି ପାଖରେ ନିଶାଗ୍ରସ୍ତ ଡ୍ରାଏଭର ପୋଟରଲ ଗ୍ରାମ ପଂଚାୟତ mv 53 ଗ୍ରାମର ପୂର୍ଣ୍ଣି ମଣ୍ଡଳ, ସ୍ୱାମୀ କୃଷ୍ଣ ମଣ୍ଡଳ ବୟସ ୩୨ ଙ୍କୁ ଧକା ଦେଇ ମାଲକାନଗିରି ଠାରୁ ବାଲିମେଳା ଅଭିମୁଖେ ପଳାଉଥିଲା। ଏହା ଦେଖି ସମାଜ ସେବୀ ଘେନୁ ମୁଦିଲୀ ଓ ତାଙ୍କ ସହକର୍ମୀ ମାନେ ଗାଡିକୁ ପିଛା କରି କୋରୁକୋଣ୍ଡା ନିକଟସ୍ଥ ଟେକଗୁଡ଼ାରେ ଅଟକାଇ ମାଲକାନଗିରି ଥାନାକୁ ହସ୍ତାନ୍ତର କରାଯାଇଥିବା ଘେନୁ ମୁଦୁଲି ଜଣାଇଛନ୍ତି । ଏଭଳି କର୍ଯ୍ୟକୁ ମାଲକାନଗିରି ଜିଲ୍ଲାବାସୀ ସମାଜ ସେବୀ ଘେନୁ ମୁଦୁଲିଙ୍କୁ ସାଧୁବାଦ ଜଣାଇଛନ୍ତି।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ