02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୋକାନ ପଛ କବାଟ ଖୋଲି ଚାଲିଥିଲା ବେପାର,୫୦ହଜାର ଜୋରୀମାନା ଗଣିଲେ

ଭଦ୍ରକ୦୭/୦୫(ସଖପ୍ର): ଲକଡାଉନ ସମୟରେ ସକାଳ ୬ଟାରୁ ଦିନ ୧୨ ଟା ଯାଏଁ ଦୋକାନ ଖୋଲା ରହିବ। ହେଲେ ୧୨ଟା ପରେ ବି ଦୋକାନ ଖୋଲି ପଛ ପଟ କବାଟରେ ବେପାର କରିବା ଜଣେ ଦୋକାନୀଙ୍କୁ ବହୁତ ମହଙ୍ଗା ପଡିଛି। ଫାଇନ୍‌ ତ ଲାଗିଲା ଏହା ସହ ଦୋକାନ ମଧ୍ୟ ସିଲ୍ ହେଲା। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗେଟ୍‌ ବଜାରରେ। କୋଭିଡ ଗାଇଡଲାଇନ ଉଲଘଂନ ଅଭିଯୋଗ ପରେ ୫୦ ହଜାର ଟଙ୍କାର ଫାଇନ ଲଗାଇବା ସହ ଭଦ୍ରକ ଜିଲ୍ଲା ଦୋଳସାହି ଗେଟ୍ ବଜାରରେ ଦୋକାନକୁ ସିଲ କଲେ ତିହିଡି ପ୍ରଶାସନ । ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ପେଟ୍ରୋଲିଂ କରୁଥିବା ସମୟରେ  ଦୋଳସାହି ଠାରେ ୧୨ ଟା ପରେ ଏକ ହୋଲସେଲିଂ ଦୋକାନ ଖୋଲି ଦୋକାନର ପଛପଟରୁ ଜିନିଷ ଵିକ୍ରି କରିବାର ଖବର ପାଇଥିଲେ । ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଘଟଣା ସ୍ଥଳରେ ପହଂଚି ଉକ୍ତ ଦୋକାନଟିକୁ ୭ ଦିନ ପାଇଁ ସିଲ କରିବା ସହ ୫୦ ହଜାର ଟଙ୍କା ଜୋରିମାନା କରିଥିଲେ ।  ସଙ୍ଗେ ସଙ୍ଗେ ସମ୍ପୃକ୍ତ ଦୋକାନୀ ବିରୋଧରେ ଏକ ମାମଲା ରୁଜୁ କରିଥିବାର ସୂଚନା ଟ୍ଵିଟ୍ ଯୋଗେ ତହସିଲଦାର ଦେଇଛନ୍ତି ।

ଭଦ୍ରକରୁ ଆଶିଷ ରଞ୍ଜନ ପତିଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *