01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦେଶର ଭବିଷ୍ୟତ ଆଜିର ଶିଶୁ,ପାଠ ପଢିବା ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ଯୋଗେଶ୍ବରଙ୍କ କରୁଣ ନିବେଦନ

ରାୟଗଡାଜିଲ୍ଲା (ଅମୁଲ୍ୟ ନିଶଙ୍କ ଜ଼ିଲ୍ଲା ପ୍ରତିନିଧି) ଦେଶର ଭବିଷ୍ୟ ହେଉଛନ୍ତି ଆଜିର ଶିଶୁ ।ପ୍ରତ୍ୟେକ ଶିଶୁ କିଏ ଡାକ୍ତର କିଏ ପ୍ରସାଶନିକ ଅଧିକାରୀ ଓ ଅନ୍ୟ କିଏ ରାଜନେତା ହୁଅନ୍ତି । ଠିକ ଏକ ବାପ ଛେଉଣ୍ଡ ପିଲାଟି ଇଂରାଜୀ ମାଧ୍ୟମରେ ପଡ଼ି ଏକ ଉଚ୍ଚ ଭବିଷ୍ୟତ ଗଡ଼ିବା ପାଇଁ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜ଼ିଲ୍ଲାରେ । ଘଟଣାରୁ ପ୍ରକାଶ ଯେ ଗୁଡାରି ଗ୍ରାମର ଲାବଣ୍ୟ ସାହୁ ନିଜ ନାତିକୁ ଧରି ନାତିର ପାଠ ପଢ଼ା ନିମନ୍ତେ ଜ଼ିଲ୍ଲାପାଳଙ୍କୁ ମିଶି ନିଜର ଗୁହାରି ଜଣାଇଥିଲେ। ଘଟଣାରୁ ପ୍ରକାଶ ଯେ ଲାବଣ୍ୟଙ୍କ ଝିଅ ସ୍ୱପ୍ନା ଜଗନମୋହନଙ୍କୁ ବାହା ହୋଇଥିଲେ । ଏକ ରାସ୍ତା ଦୁର୍ଘଟଣାରେ ଜଗନମୋହନଙ୍କ ମୃତ୍ଯୁ ଘଟିଥିଲା। ମୃତ ଜଗନମୋହନଙ୍କ ପୁତ୍ର ଯୋଗେଶ୍ୱରର ଉଚ୍ଚ ପାଠପଢା ନିମନ୍ତେ ନାତିକୁ ନେଇ ଜ଼ିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ନିଜର ଦୁଃଖ ଭରା କାହାଣୀ କହିଥିଲେ ଲାବଣ୍ୟ । କହିଥିଲେ ଯେ ମୋତେ ଭତା ଓ 10କିଲୋ ଚାଉଳ ମିଳୁଛି ଏଥିରେ ଆମେ ବଂଚିବା କଷ୍ଟକର ବ୍ୟପାର କିନ୍ତୁ ନାତି ଭଲ ପାଠ ପଡ଼ି ଭଲ ମଣିଷ ହେବା ନିମନ୍ତେ ଇଛୁକ । ତେଣୁ କରି ଆମେ ଜ଼ିଲ୍ଲାପାଳଙ୍କୁ ଆମର ଗୁହାରି ଜଣାଇବାକୁ ଆସିଥିଲୁ ଓ ଜ଼ିଲ୍ଲାପାଳ ଆମର ଗୁହାରି ଶୁଣି ଉଚିତ ପଦକ୍ଷେପ ନେବି ବୋଲି କହିଛନ୍ତି। ଲାବଣ୍ୟ ପୁଣି କହିଛନ୍ତି ଯେ ଜ୍ବାଇଁ ଙ୍କ ମୃତ୍ୟୁ ପରେ ନାତି ଗୁଡାରି ଆଦର୍ଶ ବିଦ୍ୟାଳୟରେ ନାମ ଲେଖିବା ନିମନ୍ତେ ଲିଖିତ ପରୀକ୍ଷା ଦେଇ 16ତମ ସ୍ଥାନରେ ଅଛି । ନାଁ ଲେଖେଇବା ନିମନ୍ତେ ଦ୍ୱନ୍ଦ୍ୱରେ ଥିବାରୁ ଆମେ ଜ଼ିଲ୍ଲାପାଳ ଙ୍କୁ ନିବେଦନ କରିଥିଲୁ। ନାତିର ଏକ ଜିଦ ମୁଁ ପାଠ ପଡ଼ି ଉଚ୍ଚ ମଣିଷ ହେବି କିନ୍ତୁ ମୋର ସମ୍ବଳ ଅଭାବରୁ ତାହାର ଅଭିଳାଷ ପୂରଣ ପାଇଁ ମୁଁ ସାମ୍ବାଦିକବନ୍ଧୁଙ୍କ ଜରିଆରେ ସମାଜର ସହୃଦୟ ବ୍ୟକ୍ତିଙ୍କୁ ନେବେଦନ କରୁଛି ନାତିର ପାଠ ପଢ଼ା ପାଇଁ ସାହାଯ୍ୟ କରିବା ପାଇଁ। ଯେଉଁ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ଯୋଗେଶ୍ଵଶ ପାତ୍ର c/o ଲାବଣ୍ୟ ସାହୁ ପାଇକ ସାହି ଗୁଡାରି ଜ଼ିଲ୍ଲା ରାୟଗଡାଙ୍କୁ ଯୋଗାଯୋଗ କରନ୍ତୁ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *