ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନେ ଅକ୍ଷମତା,ପ୍ରମାଣିତ କରିଛନ୍ତି ଭୀମା…

ମାଲକାନଗିରି (ସ.ଖ.ପ୍ର ):ସ୍ୱାଭିମାନ ଅଂଚଳର ଅଧିକାଂଶ ପଂଚାୟତର ବିଭିନ୍ନ ଗାଁକୁ ଏବେ ପର୍ଯ୍ୟନ୍ତ ପକ୍କା ରାସ୍ତା ଟିଏ ନାହିଁ |ଏହି ଅଂଚଳରେ ଏବେ ବି ଲୋକମାନେ ଖଚର ଓ ଘୋଡାରେ ଯିବା ଆସିବା ବା ଜିନିଷ ପତ୍ର ନେବାଆଣିବାରେ ବ୍ୟବହାର କରୁଛନ୍ତି |ସ୍ୱାଭିମାନ ଅଂଚଳର ଧୂଳିପୁଟରେ ରହୁଛନ୍ତି ଭୀମା ମାଡକାମୀ |ତାଙ୍କର ଜନ୍ମରୁ ହିଁ ଦୁଇଟି ଗୋଡ଼ ନାହିଁ |ସେଥିରେ ମଧ୍ୟ ସେ ହାର ମାନି ନାହାନ୍ତି |ସେ ଭିନ୍ନକ୍ଷମ ହେଲେ ମଧ୍ୟ ଆରାମରେ ଘୋଡାରେ ବସି ଗୋଟିଏ ଗାଁ ରୁ ଅନ୍ୟ ଗାଁକୁ ଯାଇପାରୁଛନ୍ତି ଏବଂ ବିଭିନ୍ନ ଜିନିଷ ବିକୁଛନ୍ତି |ତାଙ୍କୁ ଏବେ ୫୫ ବର୍ଷ |ହେଲେ ମଧ୍ୟ ସେ କାହାର ସାହାଯ୍ୟ ନ ନେଇ ବଂଚୁଛନ୍ତି |ବେଳେବେଳେ ଜିନିଷ ପାଇଁ ଘୋଡାରେ ଆନ୍ଧ୍ରକୁ ଯାଉଛନ୍ତି |ସେ କହୁଛନ୍ତି ଅକ୍ଷମତା ମୋ ଦେହରେ ଅଛି ମୋ ମନରେ ନାହିଁ |ଭୀମା ର ଏହି କଥା ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରିବ ବୋଲି ଆମେ ଆଶା ରଖିଛୁ |