03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୁର୍ଘଟଣା ପୀଡିତକୁ ନିଜ ଗାଡ଼ିରେ ନେଲେ, ଚିକିତ୍ସା ଖର୍ଚ୍ଚ ବହନ କଲେ ତାରା

କୋରାପୁଟ: ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦେଖାଇଛନ୍ତି ମାନବିକତା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ନେଇ ମେଡିକାଲରେ ପହଞ୍ଚାଇବା ସହ ଚିକିତ୍ସା ଖର୍ଚ୍ଚ ବହନ କରିଛନ୍ତି ତାରା । ଗୁରୁବାର ବାହିନୀପତି ଏକ ଉଦଘାଟନ ଉତ୍ସବରେ ଯୋଗ ଦେବା ପାଇଁ ଜୟପୁରରୁ ବୋରିଗୁମା ଯାଉଥିଲେ ।
ଜାତୀୟ ରାଜପଥ 26 ନିକଟସ୍ଥ ଜୟପୁର ତେଲି ଗୁଡା ନିକଟରେ ଏକ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିବା ଦେଖି ତାଙ୍କୁ ବାହିନୀପତି ନିଜ ଗାଡିରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଏହାସହ ଆହତ ବ୍ୟକ୍ତିଙ୍କର ସମସ୍ତ ଖର୍ଚ୍ଚ ନିଜେ ବହନ କରି ଚିକିତ୍ସିତ କରାଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *