12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ଦାବୀରେ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଆଜି ଦୁରୁଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବୀରେ ଦୁରୁଆ ଆଦିବାସୀ ମହିଳା ମହାସଂଘ ତରଫରୁ ଶତାଧିକ ମହିଳା, ପୁରୁଷ, ଛାତ୍ରଛାତ୍ରୀ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ରାଜ୍ୟ ବିଜେପିର ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ ଏହି ଧାରଣାରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ଶ୍ରୀଯୁକ୍ତ ଶୈଳେନ୍ଦ୍ର ଦ୍ବିବେଦୀ ଅତିରିକ୍ତ ସଚିବ, ଓଡିଆ ସରକାର ୧୪/୦୨/୨୦୧୯ ତାରିଖରେ ଦୁରୁଆ ମାନଙ୍କୁ ଆଦିବାସୀ ପ୍ରମାଣପତ୍ର ଦେବାପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ସେହି ଦିନ ଠାରୁ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ମାନଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା ଜାତିଗତ ପ୍ରମାଣପତ୍ର ପାଇ ନ ଥିବା ଧାରଣାରେ ବସିଥିବା ମହିଳା ଓ ପୁରୁଷ କହିଛନ୍ତି। ଅପରାହ୍ନ ୫ ଘଟିକା ସମୟରେ ଉପ ଜିଲ୍ଲାପାଳ IAS ହେମକାନ୍ତ ସଏ କାର୍ଯ୍ୟାଳୟରେ ପହଞ୍ଚି ଦୁରୁଆ ମାନଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଗ୍ରହଣ କରିଥିଲେ। ଖୁବ୍ ଶିଘ୍ର ଜାତିଗତ ପ୍ରମାଣପତ୍ର ମିଳିବାକୁ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହାର ସମାଧାନ କରିବାକୁ ପ୍ରତିଶ୍ରୃତି ଦେବାପରେ ଦୁରୁଆ ସଂପ୍ରଦାୟ ଧାରଣାରୁ ଉଠିଥିଲେ। ବରିଷ୍ଠ ଆଇନଜୀବୀ ତେଜେଶ୍ବର ପଣ୍ଡା, ସମାଜସେବୀ ନବକୃଷ୍ଣ ରଥ ଜାତିଗତ ପ୍ରମାଣପତ୍ର ଦେବାକୁ ଅକ୍ଷରଗତ ତୃଟି ଯୋଗୁଁ ସମସ୍ୟା ହୋଇଛି। ସରକାର ଏହାକୁ ଗୁରୁତର ସହକାରେ ଗ୍ରହଣ କରିବା ଉଚିତ ବୋଲି ମତ ଦେଇଥିଲେ।

ଜୟପୁରରୁ ସନ୍ତୋଷ କୁମାର ପାତ୍ରଙ୍କ ରିପୋର୍ଟ “ସବୁବର୍ଗ ଖବର”

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *