01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୁଇରୁ ତିନି ବର୍ଷ ମଧ୍ୟରେ ପୂରଣ ହେବ ସବୁ ଡାକ୍ତର ପଦବୀ: ସ୍ବାସ୍ଥ୍ୟମନ୍ତ୍ରୀ

ଖୋର୍ଦ୍ଧା: ନୂତନ ଭାବେ ନିର୍ମାଣ ହୋଇଥିବା ଔଷଧ ବିତରଣ କେନ୍ଦ୍ର ଏବଂ ଟୀକା ଭଣ୍ଡାରକୁ ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । 72 ଲକ୍ଷ ଟଙ୍କା ବିନିଯୋଗରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ହୋଇଛି ଏହି ଔଷଧ ବିତରଣ କେନ୍ଦ୍ର ।
ଏହା ଦ୍ବାରା ଅନେକ ରୋଗୀ ଉପକୃତ ହୋଇପାରିବେ । ଏହି ଉଦଘାଟନ ଉତ୍ସବରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଯେଉଁ ଡାକ୍ତର ସମସ୍ୟା ରହିଛି ତାହା ଦୁଇରୁ ତିନି ବର୍ଷ ମଧ୍ୟରେ ପୂରଣ କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଖୋର୍ଦ୍ଧା ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *