01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୀର୍ଘ ଦିନର ଦାବି ପରେ ଜିଲ୍ଲା ପାଠାଗାର ନୂତନ ସ୍ଥାନରେ ଖୋଲିଲା


ମାଲକାନଗିରି (ସଖପ୍ର): ଦୀର୍ଘ ଦିନର ଦାବି ପରେ ଜିଲ୍ଲା ପ୍ରଶାସନ ଦ୍ବାରା ନୂତନ ସ୍ଥାନରେ ଖୋଲିଲା ଜିଲ୍ଲା ପାଠାଗାର |ପୂର୍ବରୁ ଜିଲ୍ଲା ପାଠାଗାରଟି ଡିଏନକେ ସ୍ଥିତ ସର୍କିଟ ହାଉସ ପରିସରରେ ପାଠକୀୟ ଆଦୃତି ଲାଭ କରିଥିଲା |ଆନ୍ଯାନ୍ଯ ସରକାରୀ କାର୍ଯ୍ଯାଳୟ ଦୈନନ୍ଦିନ ଖୋଲୁଥିଲେ ମଧ୍ଯ ଜିଲ୍ଲା ପାଠାଗାରଟି କରୋନା ସଂକ୍ରମଣର ଆଳ ଦେଖାଇ ପ୍ରାୟ ବର୍ଷେ ପାଞ୍ଚ ମାସ ବନ୍ଦ ରହିଥିଲା |ପାଠକମାନେ ପ୍ରତି ଦିନ ଆସି ଫେରି ଯାଉଥିବା ବେଳେ ପାଠାଗାରଟି ଖୋଲିବା ପାଇଁ ବାରମ୍ବାର ଗଣ ମାଧ୍ଯମରେ ପ୍ରକାଶ ପାଇବା ସହ କିଛି ପାଠକ ବର୍ଗ ସ୍ଥାନୀୟ ଜିଲ୍ଲାପାଳ ୱାଇ ବିଜୟଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ |ମାଲକାନଗିରି ଜିଲାପାଳ ୱାଇ ବିଜୟ ଦାବି ପତ୍ରର ଗୁରୁତ୍ବକୁ ଉପଲବ୍ଧି କରି ଗତ କାଲି ସଂସ୍କୃତି ଭବନ ନିକଟରେ ଖାଲି ପଡିଥିବା ଆଦର୍ଶ ଡିଗ୍ରୀ କଲେଜ ଗୃହରେ ଜିଲ୍ଲା ପାଠାଗାପକୁ ଉନ୍ମୋଚନ କରିଛନ୍ତି |ପାଠାଗାର ବହୁତ ଦିନ ପରେ ଖୋଲିଥିବାରୁ ପାଠକମାନେ ଖୁସୀ ଜାହିର କରିଥିଲେ ଏବଂ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *