02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦିବ୍ୟାଙ୍ଗ ମୂୟାକୁ ଭେଟିଲା ପ୍ରଶାସନ…

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲରାଇ ପଂଚାୟତ ଇର୍ମାଗୁଡା ରହୁଛନ୍ତି ବୁଦ୍ରା ମାଡକାମୀ |ତାଙ୍କ ପରିବାରରେ ସ୍ତ୍ରୀ ଇର୍ମେ, ବଡ଼ ପୁଅ ମୂୟା ଓ ଶାନ୍ତି ଅଛନ୍ତି|ସେ ମୁଲ ଲାଗି ତାଙ୍କ ପରିବାର ଚାଲନ୍ତି |ମୂୟା ୩ ବର୍ଷ ହେବା ସମୟରେ ନିଆଁରେ ପୋଡି ଯାଇ ଗୋଡ଼ରେ ଆଘାତ ଲାଗିଥିଲା |ସେହି ଗୋଡ଼ ତାର ଆଉ କାମ କରିଲା ନାହିଁ |ସେ ଏବେ ବାଡ଼ି ଧରି ଗୋଟିଏ ଗୋଡ଼ରେ ଚାଲୁଛି |ତା ବିଷୟରେ ଗଣମାଧ୍ୟମରେ ବାହାରିବା ପରେ ପ୍ରଶାସନ ତତ୍ପର ହେଲା |ତାଙ୍କ ଘରକୁ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଓ ସେଠାକାର ଶିକ୍ଷକ ନବକିଶୋର ମଲିକ ମିଶି ଯାଇଥିଲେ | ମୂୟାର ଗୋଡ଼ ଠିକ କରିବା ପାଇଁ ସବୁ ବ୍ୟବସ୍ଥା କରାଯିବ ଓ ସରକାରୀ ନିୟମାନୁସାରେ ପରିବାରକୁ ସୁବିଧାସୁଯଗ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ |ପୁଣି ଏହି ମାନବିକତା ପାଇଁ ଶ୍ରୀ ଅନୁଗୁଳିଆଙ୍କୁ ପ୍ରଶଂସାର ସୁଅ ଛୁଟିଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *