01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦିବଂଗତ କଳାକାରମାନଙ୍କ ଉଦ୍ଦେଶ୍ୟରେ ସମ୍ମିଳିତ ଶୋକସଭା

ବ୍ରହ୍ମପୁର, ତା. ୨୯/୦୭(ସଖପ୍ର) : ରାଜ୍ୟର ସର୍ବବୃହତ୍ ସାଂସ୍କୃତିକ ସଂଗଠନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ଜାତୀୟ ସଙ୍ଗୀତ କଳା କେନ୍ଦ୍ର, ମଞ୍ଚଜ୍ୟୋତି: ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ଏବଂ ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘର ସହଯୋଗ କ୍ରମେ ଏକ ସମ୍ମିଳିତ ଶୋକସଭା କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ଚଳଚ୍ଚିତ୍ର ଜଗତର ମହାନାୟକ ବିଜୟ ମହାନ୍ତି, ଆନ୍ତର୍ଜାତୀୟ ଖ୍ୟାତସମ୍ପନ୍ନ ଶିଳ୍ପୀ ସାନ୍ଦକା ଆନନ୍ଦ ରାଓ, ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ନଳିନୀ ଲୋଚନ ପାଣିଗ୍ରାହୀ, ମୃଦଙ୍ଗ ବାଦକ ଦେବରାଜ ବେହେରା, ଆଲବମ୍ କୁଇନ୍ ଦୀପା ସାହୁ, ପ୍ରଜ୍ଞାଦୀପ୍ତ ମଞ୍ଚ ଅଭିନେତା ପ୍ରଶାନ୍ତ କୁମାର ପାତ୍ର ଏବଂ ବାସୁଦେବ ଚୌଧୁରୀ ପ୍ରମୁଖ ଦିବଂଗତ କଳାକାରଙ୍କ ସମେତ ସ୍ବର୍ଗତ ଲୋଭିଡ୍-୧୯ ଯୋଦ୍ଧାମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟ, ଜାତୀୟ ସଙ୍ଗୀତ କଳା କେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ, ମଞ୍ଚଜ୍ୟୋତି ସଦସ୍ୟ ଭଗବାନ ସାମଲ, ସଂଘ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଦିବଂଗତ କଳାକାରମାନଙ୍କ ସ୍ମୃତି ଚାରଣ କରିବା ସହ ସେମାନଙ୍କ ବିୟୋଗରେ ଅଭିନୟ ଜଗତର ପ୍ରଭୂତ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ କ୍ରମରେ ଦିବଂଗତ କଳାକାରମାନଙ୍କ ସଂକ୍ଷିପ୍ତ ଜୀବନୀ ଓ କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ସଂଘ ସଦସ୍ୟ ସଙ୍ଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମଲ, ଯନ୍ତ୍ରସଙ୍ଗୀତବିତ୍ ନୀଳମାଧବ ଜେନା ଓ କୁନୁ ବେହେରାଙ୍କ ଦ୍ଵାରା ମୋବାଇଲ୍ ଯୋଗେ ଆୟୋଜିତ ଗୋଷ୍ଠୀ ସଂଯୋଗୀକରଣ ମାଧ୍ୟମରେ ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଅଭିନେତା ଜୟ କୃଷ୍ଣ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ, ମହେନ୍ଦ୍ର ସାହୁ, ସରୋଜିନୀ ପାଣି, ନିହାରୀକା ସାହୁ, ଚିରସ୍ମିତା ରଥ ପ୍ରମୁଖ ବହୁ ସଦସ୍ୟ-ସଦସ୍ୟା ଦିବଂଗତ କଳାକାରମାନଙ୍କ ପ୍ରତି ନିଜ ନିଜର ବାକ୍ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *