ଦିଦାୟୀ ଯୁବକ ସଂଘ ଘେରିଲା ଦିଦାୟୀ କାର୍ଯ୍ୟାଳୟ
ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ସ୍ଥିତ ଦିଦାୟୀ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ଦିଦାୟୀ ସ°ପ୍ରଦାୟ ଯୁବକ ମାନେ । ୪ ଗୋଟି ପୋଷଣ ସହାୟକ ନିଯୁକ୍ତି ପାଇଁ ଡ଼କାଯାଇଥବା ଇଣ୍ଟରଭିଉରେ ଜଣେ ମଧ୍ୟ ତାଙ୍କ ସ°ପ୍ରଦାୟର ଯୁବକ/ଯୁବତୀ ନଥିବାରୁ ଏପରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଦିଦାୟୀ ବିଭାଗ ଦ୍ଵାରା ନିଯୁକ୍ତି କରାଯାଉଥିବା ସମସ୍ତ ପଦବୀକୁ କେବଳ ଦିଦାୟୀ ଲୋକଙ୍କ ଆରକ୍ଷଣ ସୁନିଶ୍ଚିତ କରିବା ସମ୍ବନ୍ଧରେ ଏକ ଦାବିପତ୍ର ରାଜ୍ୟ ସରକାରଙ୍କୁ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଅବଗତ କରାଇନ୍ତି ବୋଲି ସ°ଘ ସ°ପାଦକ ସମରା ଶିଷା ପ୍ରକାଶ କରିଛନ୍ତି । ଯେତେ ସମୟ ପର୍ଯ୍ୟନ୍ତ ରାଜ୍ୟ ସରକାର ଉକ୍ତ ପ୍ରସ୍ତାବ ଉପରେ କୈାଣସି ପଦକ୍ଷେପ ଗ୍ରହଣ ନକରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସୁଚନା ଦେଇଛନ୍ତି । ସ୍ଥାନୀୟ ଦିଦାୟୀ ଏସ.ଓ ଆଶିଷ କୁମାର ଭୋଇ କହିଛନ୍ତି ଯେ ସରକାର ଙ୍କ ନିତି ନିୟମ ଅନୁସାରେ ଆଜି ଏହି ଇଣ୍ଟରଭିଉ ଡକାଯାଇଛି କିନ୍ତୁ ଅଭିଜ୍ଞତା ପ୍ରମାଣପତ୍ର ନଥିବାରୁ ବହୁ ସ°ଖ୍ୟାରେ ପିଲାଙ୍କ ଆବେଦନକୁ ଖାରଜ କରିଦିଆଯାଇଛି । ସେ ଆହୁରି କହିଛନ୍ତି ଯେ ବିଦାୟୀ ଯୁବକ ସମାଜ ତରଫରୁ ଦିଦାୟୀ ଲୋକଙ୍କ ନିଯୁକ୍ତି ସମ୍ବଳିତ ଏକ ଦାବିପତ୍ର ପାଇଛନ୍ତି ଓ ଯାହାକୁ ସେ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇଦେବେ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ