01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦାମନଯୋଡିରୁ କାକିରିଗୁମା ଯିବା ରାସ୍ତାରେ ଖମ୍ବେଶ୍ୱରୀ ବସ୍ ଯାତ୍ରୀଙ୍କ ଧନ ଜୀବନ କ୍ଷତି ଉଦ୍ଦେଶ୍ୟରେ ବସ୍ ଉପରକୁ ପଥରମାଡ

କୋରାପୁଟଜିଲ୍ଲା୧୧/୦୩(ସଖପ୍ର): ୧୧ମାର୍ଚ୍ଚ ୨୦୨୧ ଗୁରୁବାର ରାତ୍ର ଠିକ ୧୨ଘଟିକା ସମୟରେ କୋଟପାଡ଼ ଠାରୁ ବ୍ରହ୍ମପୁର ଯାଉଥିବା ଖମ୍ବେଶ୍ବରୀ ବସ ନମ୍ବର OD07AC8191କୁ ଦାମନଯୋଡି ଠାରୁ ଠିକ ପାଞ୍ଚ କିଲୋମିଟର ଆଗକୁ ଯିବା ସମୟରେ,ହଠାତ କିଛି ଦୁର୍ବୃତ୍ତମାନେ ବସ ଉପରକୁ ଠେଲା ପଥର ମାରି ବସ ଡ୍ରାଇଭରକୁ ଟାର୍ଗେଟ କରିଥିଲେ ହେଲେ ପଥର ଯାଇ ଡ୍ରାଇଭରର ପଛ ସିଟରେ ବସିଥିବା ଯାତ୍ରୀଙ୍କୁ ବାଜିଥିଲା, ସୌଭାଗ୍ୟ ବଶତଃ ଯାତ୍ରୀଙ୍କୁ କିଛି ବଡ ଆଘାତ ହୋଇନଥିଲା, କିନ୍ତୁ ଡ୍ରାଇଭର ସାହାସର ସହ ଗାଡିକୁ ସେଠାରେ ନ ଅଟକାଇ ଆଗକୁ ନେଇ ଯାଇଥିଲେ। ଆଗକୁ ଗଲାପରେ କାକିରିଗୁମା ପୋଲିସ ଫାଣ୍ଡି ନିକଟରେ ଗାଡିକୁ ରଖି ଗାଡ଼ିର ଭାଙ୍ଗିଥିବା କାଚକୁ ବାହାର କରି ବ୍ରହ୍ମପୁର ଅଭିମୁଖେ ଯାଇଥିଲେ, କିନ୍ତୁ ବସରେ ଯାତ୍ରା କରୁଥିବା ଯାତ୍ରୀ ମାନେ ବହୁତ ଭୟଭୀତ ହୋଇପଡ଼ିଥିଲେ। ଦୁର୍ବୃତ୍ତ ମାନଙ୍କ ଡକାୟତି କରିବା ଉଦ୍ଦେଶ୍ୟ ଯେ ଥିଲା ବସଯାତ୍ରୀମାନେ ହୃଦୟଙ୍ଗମ କରିଥିଲେ। ଦୁର୍ବୃତ୍ତ ମାନଙ୍କୁ ଯଦି ଦମନ କରାନଯାଏ ତାହେଲେ ଆଗାମୀ ଦିନରେ ରାସ୍ତାରେ ବସକୁ ଅଟକାଇ ଧନ ଜୀବନ କ୍ଷତି ଘଟାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଜିଲ୍ଲା ପୋଲିସ ଏହାର ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ପ୍ରୟାସଜାରୀ ରଖିବାକୁ ସାଧାରଣରେ ଦାବୀ ହୋଇଛି।

କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଗଜେନ୍ଦ୍ର କୁମାର ସାହୁ,

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *