12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦାବୀପତ୍ର ଦେଲେ ସାତ ପଞ୍ଚାୟତବାସୀ…

ମାଲକାନଗିରି (ସ.ଖ.ପ୍ର ): ବାରମ୍ବାର ନିଜର ସମସ୍ୟା ଜଣାଇଲା ପରେ ମଧ୍ୟ ପ୍ରଶାସନ କିଛି ବି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ୭ ଟି ପଂଚାୟତ ବାସୀ | ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଉପାନ୍ତ ଅଞ୍ଚଳର ଦୋରାଗୁଡ଼ା, ନୂଆଗୁଡ଼ା, ଗୁଣ୍ଠାୱାଡା, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲକ୍ୟାମ୍ପ ପଞ୍ଚାୟତର ୫୦୦ରୁ ଉର୍ଧ୍ଵ ଆଦିବାସୀ ନିଜ ଅଞ୍ଚଳର ମୌଳିକ ସମସ୍ୟାନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ହେଲା ସାତଟି ପଞ୍ଚାୟତକୁ ନେଟୱାର୍କ ସେବା ଯୋଗାଇଦେବା, ପ୍ରତି ପଞ୍ଚାୟତକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ, ପ୍ରତି ପଞ୍ଚାୟତରେ ଉଚ୍ଚ ଶିକ୍ଷା ପାଇଁ ମହାବିଦ୍ୟାଳୟ ସ୍ଥାପନ, ପ୍ରତି ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ପହଞ୍ଚିବାକୁ ଭଲ ରାସ୍ତା ନିର୍ମାଣ, ପ୍ରତି ପଞ୍ଚାୟତର ଗ୍ରାମକୁ ଚାଷ ଓ ପାନୀୟଜଳ ପାଇଁ ବୋରୱେଲ ଏବଂ ଜଳ ସେଚନ ଓ ଉଠା ଜଳସେଚନ ବ୍ୟବସ୍ଥା, ପ୍ରତି ପଞ୍ଚାୟତ ଅଧିବାସୀଙ୍କୁ ଅଧିକ ଏମଜିଏନଆରଜିଏସ କାମ ଯୋଗାଇବା, ଗରିବ ସୀମାରେଖା ତଳେ ଥିବା ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରିବା ।
ଉପ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଜଣାଇବା ସହିତ ଉକ୍ତ ଉପାନ୍ତ ଅଞ୍ଚଳର ବିକାଶ ଦିଗକୁ ଆଗେଇ ନେବାରେ ସମସ୍ତ ସହଯୋଗ କରିବାକୁ ବିଡ଼ିଓ ଲାରିମନ ଖରସେଲ ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଲଇଛନ ଆଲାଙ୍ଗ, ଦୁର୍ଲଭ ଖିଲ, ସାଧୁ କିରସାନୀ, ଗୋବର୍ଦ୍ଧନ ଖରା, ଲକ୍ଷ୍ଣଣ ଖିଲ, ଶୁଭନ୍ତ ଭତ୍ରା, ଅର୍ଜୁନ ମୁଦୁଲି, ଗୁରୁ ପୂଜାରୀ, ଉଦୟନାଥ ଲୋକେଇ ପ୍ରମୁଖ ଉପସ୍ଥିତ ଥିଲେ।ଯଦି ଏ ସବୁ ଦାବି ଶୀଘ୍ର କରା ନ ଯାଏ ତେବେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି |ଦେଖିବାକୁ ବାକି ରହିଲା କେବେ ଏମାନଙ୍କ ଦୁଃଖ ଦୂର ହେଉଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *