02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦାବି ପୂରଣ ନହେଲେ ଟିକା ନେବୁନାହିଁ’

ଖୋର୍ଦ୍ଧା:  ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରାଜ୍ୟରେ ପହଞ୍ଚିଛି କୋରୋନା ଟିକା। ଜାନୁଆରୀ 16 ତାରିଖରୁ ରାଜ୍ୟରେ କୋଭିଡ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ସ୍ବାସ୍ଥ୍ୟକର୍ମୀ କ୍ୟାଡର ପୁନଃଗଠନ ଓ ପଦବୀ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ପରିଦର୍ଶକ ମିଳିତ ମହାସଂଘ।

 ଦାବୀ ପୂରଣ କରାନଗଲେ ରାଜ୍ୟରେ କାର୍ଯ୍ୟରତ ଥିବା ୧୫ହଜାର ପୁରୁଷ ଓ ମହିଳା ସାସ୍ଥ୍ୟକର୍ମୀ ଏବଂ ସାସ୍ଥ୍ୟ ପରିଦର୍ଶକ କୋରୋନା ଟିକା ନେବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି। ଏହି ସ୍ଥିତିରେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ପରିଦର୍ଶକ ମିଳିତ ମହାସଂଘର ଏଭଳି ଦାବି ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି। ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସଂଘ, ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ପରିଦର୍ଶକ ସଂଘ, ଓଡିଶା ବହୁମୁଖୀ ମହିଳା ସ୍ଵାସ୍ଥ୍ୟ ପରିଦର୍ଶକ ସଂଘ ଆଦି ୪ଟି ସଙ୍ଗଠନକୁ ନେଇ ଗଠନ ହୋଇଛି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ପରିଦର୍ଶକ ମିଳିତ ମହାସଂଘ। ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା ବିଶ୍ବରଞ୍ଜନ ପତିଙ୍କୁ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ପରିଦର୍ଶକ ମିଳିତ ମହାସଂଘ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *