05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦାଦାବଟି ମାଗି ବିଫଳ ହେବାରୁ ଦୁର୍ବୃତ୍ତ ଘଟାଇଲେ ହତ୍ୟାକାଣ୍ଡ

କୋରାପୁଟଜିଲ୍ଲା/କୁନ୍ଦୁଲି(ସଖପ୍ର): ଅର୍ଥ ଆଦାୟକୁ କେନ୍ଦ୍ର କରି ଗତ କାଲି ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାରେ ଶିକାର ହୋଇଥିବା ବ୍ୟକ୍ତି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ବୋଲି ଜଣା ପଡ଼ିଛି। ମୃତକ ପୂର୍ବତନ ସାଂସଦ ଶ୍ରୀ ଜୟରାମ ପାଙ୍ଗିଙ୍କ ସଡୁ ୰ରାମ ଖିଲ ବୋଲି ଜଣା ପଡ଼ିଛି। ଏ ସମ୍ପର୍କରେ ମୃତକଙ୍କ ପରିବାର ସୂଚନା ଦେଇ କହିଛନ୍ତି ଯେ, କୁନ୍ଦୁଲି ଗ୍ରାମ ରେ LI point ନିର୍ମାଣ ଠିକା ନେଇଥିଲେ। ଏ ନେଇ ଗତ କିଛି ଦିନ ଧରି କିଛି ଦୁର୍ବୃତ୍ତ ତାଙ୍କୁ ଦାଦାବଟି ମାଗି ଆସୁଥିଲେ। ରାମ ଅର୍ଥ ନ ଦେବାରୁ ତାଙ୍କୁ ଧମକଚମକ ଦେଇ ଆସୁଥିଲେ। ଗତ କାଲି ସନ୍ଧ୍ୟା ସମୟରେ  କାର୍ଯ୍ୟଚାଲିଥିବା ଜାଗାରେ ଦୁର୍ବୁତ୍ତ ମାନେ ରାମ ନିକଟକୁ ଯିବା ସହ ଉଭୟଙ୍କ ମଧ୍ୟରେ ବଚସା ହୋଇ ଘଟଣା ସ୍ଥଳରେ ଠିକାଦାରଙ୍କୁ ମାରିବା ଫଳରେ ଠିକାଦାର ଅଚେତ ହୋଇଯାଇଥିବା ନେଇ ଜଣାପଡିଅଛି। ଏହା ପରେ ଏନେଇ ସୂଚନା ପାଇ ପରିବାରବର୍ଗ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଠିକାଦାରଙ୍କୁ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର କୁନ୍ଦୁଲିକୁ ସ୍ଥାନାନ୍ତରିତ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିବା ବେଳେ ପରିବାରବର୍ଗ ରାତିସାରା ମୃତ ଶରୀରଟିକୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ଜଗିବସିଥିଲେ। ଆଜି ସକାଳୁ ହତ୍ୟାକାରୀଙ୍କୁ ଧରାଯାଉନଥିବା ନେଇ ଅଭିଯୋଗକରି ଲୋକେ ୨୬ନଂ ଜାତୀୟ ରାଜପଥକୁ ଅଟକ କରିଥିବା ନେଇ ଜଣାପଡିଅଛି।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *