ଦଳୀୟ ପ୍ରଚାରରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ
ମାଲକାନଗିରି (ସଖପ୍ର):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ଯାଜପୁର ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥି ବେହେରା, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ବାବଧାନରେ ଆଜି ମାଥିଲି ବ୍ଲକ ଜୋନ-୧ ଅନ୍ତର୍ଗତ କର୍ତନପାଲ୍ଲୀ ଗ୍ରାମ ପଞ୍ଚାୟତର କୋପ୍ରା ଓ କତ୍ତାପାଲ୍ଲୀ ଗ୍ରାମ ପଞ୍ଚାୟତର ବେଦୂର୍ପାଲି ଓ ବର୍ଡାଗୁଡ଼ା ଗ୍ରାମକୁ ଗସ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରେଇବା ସହ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଜିଲ୍ଲାପରିଷଦ ପାର୍ଥିନୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ଲାଗି ନିବେଦନ କଲେ ବିଜେଡି ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ,ଜୋନ କୋର୍ଡିନେଟର୍ ଶ୍ରୀ ପ୍ରତାପ ଚନ୍ଦ୍ର ସାହୁ,ବ୍ଲକ ଯୁବ ସଭାପତି ଶ୍ରୀ ସନ୍ଦୀପ କୁମାର ବିଶ୍ଵାଳଙ୍କ ସହ ସମସ୍ତ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ