03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦମକଳବାହିନୀ ଦ୍ୱାରା ସଚେତନତା ଓ ମାସ୍କ ବଣ୍ଟନ…

ମାଲକାନଗିରି (ସ.ଖ.ପ୍ର ):ସାରା ଦେଶ ଓ ରାଜ୍ୟରେ ଦମକଳବାହିନୀ ବହୁତ କାର୍ଯ୍ୟ କରୁଛି |ପ୍ରତ୍ୟେକ ସ୍ଥାନକୁ ଦମକଳ କର୍ମଚାରୀ ଯାଇ ସାନିଟାଈଜ କରୁଛନ୍ତି |କରୋନା ସହ ଯୁଦ୍ଧ କରୁଛନ୍ତି |ଜିଲ୍ଲାର କାଲିମେଳା ବ୍ଲକ ସଦରରେ ଦମକଳ କେନ୍ଦ୍ର ପାଖରେ ଲୋକଙ୍କୁ ସଚେତନ କରାଇବା ଦେଖିବାକୁ ମିଳିଛି |ଏହି କାର୍ଯ୍ୟକ୍ରମ ପାଇଁ ବି ଡ଼ି ଓ ଉମା ଶଙ୍କର ଦଳେଇ ଦମକଳ ଅଧିକାରୀଙ୍କୁ ଜଣାଇଥିଲେ |ଦମକଳ କେନ୍ଦ୍ର ଅଧିକାରୀ ଗୁପ୍ତେଶ୍ୱର ଦାସଙ୍କ ନେତୃତ୍ୱରେ ଆଗ୍ନିକ ସନ୍ତୋଷ କୁମାର ପରିଡା, ଅରବିନ୍ଦ ଶବର, ରମେଶ ହରିଜନ ଓ ଅନ୍ୟ କର୍ମଚାରୀ ମାନେ ମାଲକାନଗିରି ରୁ ମୋଟୁ ଯିବା ରାସ୍ତାରେ ଯାଉଥିବା ଅମାନିଆ ଲୋକଙ୍କୁ ସଚେତନ କରିଥିଲେ |ସେମାନଙ୍କୁ ମାସ୍କ ଦେଇଥିଲେ ଓ ସାନିଟାଇଜର ଲଗାଇଥିଲେ |ପ୍ରାୟ ୪୮୫ ଟି ମାସ୍କ ବଣ୍ଟନ କରାଯାଇଥିଲା |ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଏବଂ ଦମକଳ କର୍ମଚାରୀ ମଧ୍ୟ ବଡ଼ କରୋନା ଯୋଦ୍ଧା ବୋଲି କହିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *