ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଆଜି ସଂଧ୍ୟା ସୁଦ୍ଧା ଆସିଲେ ୧୮୦ ଜଣ ପ୍ରବାସୀ ଓଡିଆ ଶ୍ରମିକ

ରାୟଗଡ଼ାଜିଲ୍ଲା:(ଅମୁଲ୍ୟ ନିଶଙ୍କ ଜିଲ୍ଲା ପ୍ରତିନିଧି) ଦକ୍ଷିଣ ଭାରତରେ ବିଭିନ୍ନ ସ୍ଥାନରେ ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା କାମଧନ୍ଦା ପାଇଁ ଯାଇଥିବା ପ୍ରବାସୀ ଶ୍ରମିକ ଆଜି ବିଭିନ୍ନ ଶ୍ରମିକ ଟ୍ରେନରେ ରାୟଗଡାରେ ପହଞ୍ଚି ଛନ୍ତି । ବିଶ୍ଵବ୍ୟାପୀ କରୋନା ମହାମାରୀ ଯୋଗୁଁ ତାଲାବନ୍ଦ ହେବାଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ଫଳରେ ଶ୍ରମିକ ମାନେ ନିଜ ନିଜ ଭିଟା ମାଟିକୁ ଫେରିବା ନିମନ୍ତେ ପଞ୍ଜିକୃତ କରିଥିବା ଶ୍ରମିକ ୫ଟି ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ସୂଚନା ରେଳ ବିଭାଗ ତରଫରୁ ଜଣାଇଥିଲେ। ଏଥିପାଇଁ ଜିଲ୍ଳାପାଳ ରାୟଗଡା ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡା ରେଳ ଷ୍ଟେସନରେ ଜିଲ୍ଲା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଟ୍ରେନ ନମ୍ବର -ଓ୦୭୭୪୦ଯୋଗେ ତେଲେଙ୍ଗାନାର ଲିଙ୍ଗମ ପାଳିରୁ କେବଳ ନବରଙ୍ଗପୁର ଜିଲ୍ଲାର ୧୫୪ଜଣ ଶ୍ରମିକ ଆସିଥିଲେ। ଦ୍ଵିତୀୟ ଟ୍ରେନ ନମ୍ବର ୦୭୭୪୨ରେ ତାମିଲନାଡୁର ଗୁଣ୍ଡୁରୁ ନୂଆପଡ଼ା ଟ୍ରେନରେ ମଧ୍ଯ କେବଳ ନବରଙ୍ଗପୁର ଜିଲ୍ଲାର ୧୬ଜଣ ପ୍ରବାସୀ ଶ୍ରମିକ ଆସିଥିଲେ। ସେହିପରି ତୃତୀୟ ଟ୍ରେନ ନମ୍ବର-୦୭୭୪୧ରେ ଅପରାହ୍ଣ ୩.୧୫ ଘଟିକା ସମୟରେ ତେଲେଙ୍ଗାନାର ଲିଙ୍ଗମ ପାଲିରୁ ୧୦ ଜଣ ପ୍ରବାସୀ ଆସିଥିଲେ । ନବରଙ୍ଗପୁର ଜିଲ୍ଲାର ୪ଜଣ,ରାୟଗଡା ଜିଲ୍ଲାର ୪ଜଣ କୋରାପୁଟ ଜିଲ୍ଲାର ୨ଜଣ ଶ୍ରମିକ ଆସିଥିଲେ । ସେମାନେ ରାୟଗଡ଼ା ପହଞ୍ଚିଥିଲେ ।ସର୍ବମୋଟ ୧୮୦ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଛନ୍ତି । ଆହୁରି ରାତିରେ ୩ଟି ଟ୍ରେନ ଯୋଗେ ଶ୍ରମିକ ମାନେ ଆସିବାର ଅଛି । ପ୍ରବାସୀ ଶ୍ରମିକ ଆସିବା ଖବର ପାଇ ଉପଜିଲ୍ଲାପାଳ ଆଜି ସ୍ଥାନୀୟ ଗଜପତି ଛକରୁ ସାଇ ଇଣ୍ଟର ନାସନାଲ ଛକ ପର୍ଯ୍ୟନ୍ତ ଓ ଷ୍ଟେସନ ଏରିଆରେ ୧୪୪ ଧାରା ଜାରି କରିଥିଲେ ।
ଜିଲ୍ଳାପାଳଙ୍କ ନିର୍ଦେଶ କ୍ରମେ ଆଜି ଶ୍ରମିକମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଦଳାଇ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ତପନ କୁମାର ରଥ ,ଅନ୍ୟ ଆରକ୍ଷୀ ଅଧିକାରୀ,ବ୍ଲକ କର୍ମଚାରୀମାନେ ,ପୌରପରିଷଡ଼ କର୍ମଚାରୀ ଉପସ୍ଥିତ ରହି ପ୍ରବାସୀ ଶ୍ରମିକମାନଙ୍କୁ ସ୍ବାଗତ କରିଥିଲେ। ପ୍ରବାସୀ ଶ୍ରମିକ ମାନଙ୍କୁ ରେଳ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସେମାନଙ୍କୁ ହାତରେ ମୋହର ମରାଯାଇ ଖାଦ୍ୟ ପୁଡ଼ିଆ ସହ ସଂପୃକ୍ତ ଜିଲା ଅଧିକାରୀ ମ।ନଙ୍କୁ ହସ୍ତାନ୍ତର କରିଥିଲେ ।
