03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ଧାରଣା…

ମାଲକାନଗିରି (ସଖପ୍ର):ଏବେ କରୋନା ପ୍ରଭାବରେ ସମସ୍ତଙ୍କ ଆୟ ଦୋହଲି ଯାଇଛି |ଦିନମଜୁରିଆ,କୃଷକ, ଗରିବ, ମଧ୍ୟବିତ୍ତ ପରିବାରଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି |ଏହି ସମୟରେ ୨୦ଦିନ ହେଲାଣି ଯେଉଁ ଡିଜେଲ ଓ ପେଟ୍ରୋଲ ଦର ପ୍ରତ୍ୟେକ ଦିନ ବଢୁଛି ତାହା ଏହି ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଇଛି |ତେଣୁ ମାଲକାନଗିରି କଂଗ୍ରେସ ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ |ସେଠାରେ ବସିବା ପୂର୍ବରୁ ସେମାନେ ସହର ପରିକ୍ରମା କରିଥିଲେ |ଏହାର ନେତୃତ୍ୱ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଓ କାର୍ଯ୍ୟକାରୀ ସଭାପତି ରାମ କୃଷ୍ଣ ପଟନାୟକ |ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳ ରୁ କଂଗ୍ରେସକର୍ମୀ ଯୋଗ ଦେଇଥିଲେ |ଏହାପରେ ସେମାନେ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *