11/13/2025

Sabubarga Khabar

All category news

ତେନ୍ତୁଳିଖୁଣ୍ଟିରେ ବି.ଜେ.ପି.କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି / ନବରଙ୍ଗପୁର ୦୫/୦୮(ସଖପ୍ର) : ନବରଙ୍ଗପୁର ଜିଲ୍ଲା, ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡାଠାରେ ଆଜି ତେନ୍ତୁଳିଖୁଣ୍ଟି ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲା ସଭାପତି ଶ୍ରୀ ଜଗଦୀଶ ବିଶୋଇ ସାଙ୍ଗଠନିକ ଚର୍ଚ୍ଚା କରି ବୁଥ୍ କମିଟି ଉପରେ ଗୁରୁତ୍ଵପୂର୍ଣ୍ଣ ଭାବରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସମସ୍ତ ପ୍ରାର୍ଥୀ କିପରି ବିଜୟ ହୋଇ ଆସିବେ ସେ ବିଷୟରେ ମୁଖ୍ୟ ଜ୍ଞାନ ଦେଇଥିଲେ । ମଣ୍ଡଳ ସଭାପତି ଶ୍ରୀ ହରେକୃଷ୍ଣ ମୁଦୁଲିଙ୍କ ଅଧକ୍ଷ୍ୟତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ଆସନ୍ତା ଦିନରେ ସମସ୍ତ ଶକ୍ତି କେନ୍ଦ୍ରରେ ବୈଠକ କରି ପଞ୍ଚାୟତ ସ୍ତରରେ ବିଜେପିକୁ ଶକ୍ତିଶାଳୀ କରାଯିବ ବୋଲି କହିଥିଲେ । ବୈଠକରେ ମଣ୍ଡଳ ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ଜେନା ଓ ବାବୁଲା ନାୟକ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଧରଣୀ ସିଂ ଓ ପ୍ରଦୀପ ସାହା, ନବରଙ୍ଗପୁର ମଣ୍ଡଳ ସଭାପତି ପିଣ୍ଟୁ ମିଶ୍ର, ଶୁଭମ ଚୌଧୁରୀ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଅକ୍ଷୟ ମହାନ୍ତି, ଓ ବି.ସି. ମୋର୍ଚ୍ଚା ସଭାପତି ପ୍ରଫୁଲ୍ଲ ନାୟକ, ଏସ.ସି. ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ ନାୟକ, ସୁନୀଲ ଗରଡ଼ା, ରାଜେଶ ବାଘ, ବାରେଙ୍ଗପଦର ଶକ୍ତି କେନ୍ଦ୍ର ସଭାପତି ବୁଲୁ ଦଳେଇ, ମଙ୍ଗଳଦାନ ହରିଜନ, ଲିମୁ ହରିଜନ, ସୁବାଷ ହରିଜନ ସହ ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ତେନ୍ତୁଳିଖୁଣ୍ଟି ପ୍ରତିନିଧି ସଞ୍ଜୀବ ଖୁରା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *