ତରୁଣ ପ୍ରଜ୍ଞା ଭାରତୀର ପ୍ରତିଯୋଗିତା ଅନୁଷ୍ଠିତ
ଜୟପୁର ୨୬/୧୦ (ସଖପ୍ର): ଆଜି ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନ ଦ୍ୱାରା ପୁରାଣ ପ୍ରବନ୍ଧ, ଇତିହାସ ପ୍ରବନ୍ଧ, ସାଂସ୍କୃତିକ ଜ୍ଞାନ ପରୀକ୍ଷା ଓ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ଏନ୍.କେ.ଟି ରୋଡ଼ ସ୍ଥିତ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁସଂଖ୍ୟାରେ ଅଂଶ ଗ୍ରହଣ କରି ବିଜେତା ହୋଇଥିଲେ। ଅନୁଷ୍ଠାନର ସଭାପତି ତପନ କିରଣ ତ୍ରିପାଠୀ, ଉପସଭାପତି ରାମ ଶଙ୍କର ଷଡଙ୍ଗୀ, ସମ୍ପାଦକ ଅଜୟ କୁମାର ମଲିକ, କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣାଙ୍କ ସହ ଜାନକୀ ପାଣିଗ୍ରାହୀ, ସବିତା ତ୍ରିପାଠୀ, ଲିପିକା ଦଳାଇ ଓ ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ କ୍ଷୀରୋଦ ଦାସ ଓ କ୍ଷେତ୍ର ମୋହନ ନାୟକ ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ। ଆସନ୍ତା ରବିବାର ତାରିଖ ୦୨.୧୧.୨୦୨୫ ସକାଳ ୭.୩୦ ଘଣ୍ଟା ସମୟରୁ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଦଉଡି ଡିଆଁ, ଧୀର ଚକ୍ରିକା, ପୁଚି ଓ ଶିଶୁଗୀତ ପ୍ରତିଯୋଗିତା ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ଏବଂ ସମସ୍ତ ପ୍ରତିଯୋଗିତାରେ ଯେଉଁ ବିଦ୍ୟାଳୟର ଅଧିକା ପ୍ରତିଯୋଗୀ ସାମୁହିକ ଭାବେ ବିଜେତା ହୋଇଥିବେ ତାଙ୍କର ପ୍ରଧାନ ଶିକ୍ଷକଙ୍କୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି ସଭାପତି ପ୍ରକାଶ କରିଛନ୍ତି ।