12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଡଙ୍ଗରିଆ କନ୍ଧଙ୍କ ଉତ୍ପାଦିତ ବନ୍ୟଜାତ ଦ୍ରବ୍ୟକୁ ବିକ୍ରି ନେଇ ପ୍ରସ୍ତୁତି ବୈଠକ

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ ) ନିୟମ ଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଅଧିବାସୀ ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ଉତ୍ପାଦିତ ଵନ୍ୟଜାତ ଦ୍ରବ୍ୟ ସପୁରି ପଣଷ, ଆମ୍ବ, ପଣସ କିପରି ଭାବେ ଏହି ତାଲା ବନ୍ଦ ସମୟରେ ସୁଚାରୁ ରୂପେ ବିକ୍ରି ହୋଇପାରିବ ଓ ଏହି ଡଙ୍ଗରିଆ ମାନେ କିପରି ଦୁଇ ପଇସା ପାଇ ଲାଭବାନ ହୋଇପାରିବେ ସେଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ଡଙ୍ଗରିଆ କନ୍ଧ ଉନୟନ ସଂସ୍ଥା ଚାଟିକଣା ଠାରେ ଗୁଣୁପୁର ଆଇ ଟି ଡ଼ି ଏ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଗୋରାଚାନ୍ଦ ଗୋମାଙ୍ଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲା ଓରମାସ ଅଧିକାରୀ ଟି ଡ଼ି ସି ସି ଅଧିକାରୀଙ୍କ ସହିତ ଚାଟିକଣା ଡ଼ି କେ ଡ଼ି ଇ ଅଧିକାରୀ ଏସ ସି ଦୀକ୍ଷିତ ସୁଦର୍ଶନ ପାଢ଼ୀ, କୁର୍ଳି ସରପଞ୍ଚ ଡ୍ରିଞ୍ଜ ଯାକେଶିକା ଯୋଗ ଦେଇ ଥିଲେ । ଡଙ୍ଗରିଆଙ୍କ ଠାରୁ ବନ୍ୟଜାତ ଦ୍ରବ୍ୟ କିଣି ବାହାରେ ବିକ୍ରି କରିବା ପାଇଁ ଆଲୋଚନା ହୋଇଥିଲା ଡଙ୍ଗରିଆ ମାନେ ଯେପରି ଦଲାଲଙ୍କ ଶିକାର ନ ହୁଅନ୍ତି ସେଥିପାଇଁ ଦୃଷ୍ଟି ଦେବା ପାଇଁ ନିଷ୍ପତି ହୋଇଛି । ପ୍ରକଳ୍ପ ନିର୍ଦେଶକ ଆଇ ଟି ଡ଼ିଏ ଗୁଣୁପୁର ଗୋରାଚାନ୍ଦ ଗୋମାଙ୍ଗ କହିଛନ୍ତି ଯେ ଏହି ନିୟମଗିରି ପାହାଡ଼ରେ ବସ ବସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ଡଙ୍ଗରିଆ କନ୍ଧ ମାନେ ଵନ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରି ବଞ୍ଚିଥାନ୍ତି । ଏହି ଜଙ୍ଗଲରୁ ଉତ୍ପାଦିତ ସପୁରି ପଣଷ ,ଆମ୍ବ ,ପଣସ ,କମଳା ଲେମ୍ବୁ ,ଖମ୍ବଆଳୁ ହଳଦୀ ପ୍ରଭୃତି ଚାଷ କରି ଅମଳ କରିଥାନ୍ତି ଓ ସ୍ଥାନୀୟ ଚାଟିକଣା ହାଟରେ ବିକ୍ରି କରି ଦୁଇ ପଇସା ଲାଭ ପାଇଥାନ୍ତି। ବର୍ତମାନ ତାଲା ବନ୍ଦ ଲାଗି ସେମାନଙ୍କ ଜୀବନ ଜୀବିକାର କିଛିଟା ପ୍ରଭାବ ପଡିଛି। ଆଉ ଅଳ୍ପ ଦିନରେ ସପୁରି ଉତ୍ପାଦନ ଆରମ୍ଭ ହେବ। ଏହାକୁ ସେମାନଙ୍କ ଠାରୁ ଓରମାସ ବିଭାଗ ଆଦାୟ କରି ବିକ୍ରି କରିବା ପାଇଁ ଏହି ବୈଠକରେ ନିଷ୍ପତି ହୋଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *