ଡଙ୍ଗରିଆଙ୍କ ଠାରୁ ସପୁରୀ କିଣିଲା ଓରମାସ,

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ତାଲା ବନ୍ଦ ଯୋଗୁ ଡଙ୍ଗରିଆଙ୍କ ବନ୍ୟ ଜାତ ଦ୍ରବ୍ୟ ସପୁରୀ ପଣଷ ବ୍ୟବସାୟର ମାନ୍ଦା ଅବସ୍ଥା ଦେଖାଯିବା ପୂର୍ବରୁ ଜ଼ିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏହି ବର୍ଷ କିପରି ଭାବେ ଡଙ୍ଗରିଆ ମାନେ ସେମାନଙ୍କ ଉତ୍ପାଦିତ ସପୁରୀ ପଣଷ ବିକିପାରିବେ ସେଥିପାଇଁ ବନ୍ୟ ଜାତ ଦ୍ରବ୍ୟ କିଣିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ବୈଠକରେ ନିଷ୍ପତି କ୍ରମେ ରାୟଗଡା ଜ଼ିଲ୍ଲା ଓରମାସ ବିଭାଗ ନିୟମଗିରି ଅଂଚଳରୁ ପ୍ରଥମ କରି 6ଜଣ ଚାଷୀଙ୍କ ଠାରୁ 3000 ପିସ ସପୁରୀ 15ଟଙ୍କା ହିସାବରେ କିଣିଛି ବୋଲି ଡିକେଡିଏ କାର୍ଯ୍ୟାଳୟରୁ ପ୍ରକାଶ। ଓରମାସ ଅଧିକାରୀ ମନୋଜ ପାତ୍ର କହିଛନ୍ତି ଯେ ଏହି ବର୍ଷ ତାଲା ବନ୍ଦ ଯୋଗୁ ଆମ ଓରମାସ ପକ୍ଷରୁ ସପୁରୀ କିଣିବା ନିମନ୍ତେ ନିଷ୍ପତି ହୋଇଛି ।ଆମେ ଆଜି 3000ସପୁରୀ କିଣିଛୁ। ଡିକେଡିଏ ଅଧିକାରୀ ସୁଦର୍ଶନ ପାଢ଼ୀ କହିଛନ୍ତି ପ୍ରତି ବର୍ଷ ଛତିଶଗଡ ଝାରଖଣ୍ଡ ଆନ୍ଧ୍ର ପ୍ରଦେଶ ଓ ଓଡିଶାର ଅନ୍ୟ ଜ଼ିଲ୍ଲା ମାନଙ୍କରୁ ବ୍ୟବସାୟୀ ମାନେ ଆସି ଡଙ୍ଗରିଆଙ୍କ ଠାରୁ ତାଙ୍କରି ବିଭିନ୍ନ ବନ୍ୟ ଜାତ ଦ୍ରବ୍ୟ କିଣିଥାନ୍ତି କିନ୍ତୁ ଏହି ବର୍ଷ କରୋନା କଟକଣା ଲାଗି ତାଲା ବନ୍ଦ ରହିଥିବାରୁ ଡିକେଡିଏ ପକ୍ଷରୁ ବନ୍ୟ ଜାତ ଦ୍ରବ୍ୟ କିଣିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ନିଷ୍ପତି କ୍ରମେ ଏହି ବର୍ଷ ଓରମାସ ବିଭାଗ ଡଙ୍ଗରିଆଙ୍କ ଠାରୁ 12ରୁ 15ଟଙ୍କା ମଧ୍ୟରେ ସପୁରୀ କିଣିବା ପାଇଁ ସେହି ନିଷ୍ପତି କ୍ରମେ ଆଜି ଓରମାସ ପ୍ରଥମ ଚରଣରେ 6ଗୋଟି ଚାଷୀଙ୍କ ଠାରୁ 3000ହଜାର ସପୁରୀ କିଣିଛି।