ଡଗରପଡା ଓ ଅଚ୍ୟୁତପୁର କ୍ରମାଗତ ଭାବେ ଚୋରି
ବାଲେଶ୍ୱର,୧୦/୧- ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡଗରପଡା ଓ ଅଚ୍ୟୁତପୁର ପଞ୍ଚାୟତର ବିଭିନ୍ନ ଗାଁରୁ ଗତ ମଙ୍ଗଳବାର ରାତିରେ ଚୋରି ହୋଇଥିଲା । ୪ଟି ମନ୍ଦିରରୁ ଦୁର୍ବୃତ୍ତ ମାନେ ପ୍ରାୟ ୫ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ଏଥିସହ ମନ୍ଦିରର ସମସ୍ତ ହୁଣ୍ଡି ଦାନବାକ୍ସ ଭାଙ୍ଗି ଦାନ ଟଙ୍କାକୁ ନେଇଯାଇଥିବା ମନ୍ଦିରର ପୂଜକ ଖଇରା ଥାନାରେ ଲିଖିତ ଏତଲା ଦେଇଥିଲେ ।
ସେହି ପରି ଚୋର ମାନେ ଡଗରପଡା ପଞ୍ଚାୟତ ବଡବାହାଦଲପୁର ମନ୍ଦିରରୁ ରୁପା ମୁକୁଟ ଓ ଚିତା, ଜଗନ୍ନାଥ ମାଉସୀ ବାଡି ମନ୍ଦିରରୁ ବିଭିନ୍ନ ସମାଗ୍ରୀ ନେଇ ପଳାଇଥିଲେ । ଅପରପକ୍ଷେ ଅଚ୍ୟୁତପୁର ପଞ୍ଚାୟତ ଶିରିପୁର ଗାଁରେ ଥିବା ବଉଳାଶୁଣୀ ମନ୍ଦିରରୁ ମଧ୍ୟ ରୁପା ମୁକୁଟ ଓ ସୁନାକଲରା ହାର ଏବଂ ମଙ୍ଗଳସୁତ୍ର ଚୋରି ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଥିଲା ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ , ହେଲେ ଏପର୍ଯ୍ୟନ୍ତ ଚୋରଙ୍କ ସନ୍ଧାନ ମିଳିପାରି ନାହିଁ କି ଚୋରି ସାମଗ୍ରୀ ଉଦ୍ଧାର ହୋଇପାରି ନାହିଁ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ