କୋରାପୁଟ,ବାଲ୍ୟବିବାହରୋକିବା ପାଇଁ କର୍ମଶାଳା
କୋରାପୁଟଜିଲ୍ଲା:(ସଖପ୍ର) ଆଜି କୋରାପୁଟ ଦକ୍ଷତା ବିକାଶ ତାଲିମଶିବିର ଠାରେ ଜିଲ୍ଲା ପ୍ରଶାସନ ୟୁନିସେଫ୍ ମହିଳା ଓ ଶିଶୁବିକାଶ ଜିଲ୍ଲା ଶିଶୁସୁରକ୍ଷାର ମିଳିତ ଉଦ୍ୟମରେ ଜିଲ୍ଲାରେ ବାଲ୍ୟବିବାହ ରୋକିବା ପାଇଁ ଏକ କର୍ମଶାଳା ହୋଇଥିଲା । ଏହାକୁ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଉଦ୍ଦଘାଟନ କରିଥିଲେ । ଏଥିରେ ପ୍ରଥମ କରି ଜିଲ୍ଲାର ଆଦିବାସୀ ଗ୍ରାମଞ୍ଚଳର ବିବାହିତ ମହିଳା ଓ ଗ୍ରାମ ମୂଖିଆଙ୍କୁ ସାମିଲ କରିବା ସହ ଆଗାମୀ ୨୦୨୦ ମାର୍ଚ୍ଚମାସ ସୁଦ୍ଧା ଜିଲ୍ଲାରୁ ସଂପୂର୍ଣ୍ଣ ରୁପେ ବାଲ୍ୟବିବାହ ନିପାତ କରିବା ପାଇଁ ଜିଲ୍ଲାପ୍ରଶାସନ ଲକ୍ଷ୍ୟ ରଖିଛି ।