କୋରାପୁଟଜିଲ୍ଲାର ଗ୍ରାମଞ୍ଚଳକୁ ଗଲା ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗ

କୋରାପୁଟଜିଲ୍ଲା:(ସଖପ୍ର) ପ୍ରଥମଥର କୋରାପୁଟ ଜିଲ୍ଲାପ୍ରଶାସନ ଓ ରାଜସ୍ୱ ବିଭାଗ ଗ୍ରାମଞ୍ଚଳର ଲୋକଙ୍କ ପାଖକୁ ଗଲା ସେବା ଯୋଗାଈବାପାଇଁ ଆଜି କୋରାପୁଟ ଜିଲ୍ଲା ପ୍ରସାଶନ ଓ ରାଜସ୍ୱ ବିଭାଗ କୋରାପୁଟର ରଂଗବାଲି କୁମ୍ଭାକୁ ଲୋକଙ୍କ ନିକଟକୁ ଯାଇ ରାଜସ୍ୱ ମେଳା କରିଥିଲେ। ସେଇଠି ରାଜସ୍ୱ ଅନଲାଇନ ସୁବିଧା ପଟ୍ଟା ବଣ୍ଟନ ରାଜସ୍ୱ ଖଜଣା ଆଦାୟ କରାଯାଇଥିଲା । ଏହାକୁ ଜିଲ୍ଲାପାଳ ଉଦ୍ଦଘାଟନ କରିଥିବା ବେଳେ ଆଗାମୀ ଦିନରେ ସାରା ଜିଲ୍ଲାରେ ଏହି ପ୍ରୋଗ୍ରାମ କରାଯିବା ସହ ମାସର ପ୍ରଥମ ବୁଧବାରରେ ହିଁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।