03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଠିକା କାମ ପାଇଁ ଲାଞ୍ଚ କାରବାର,ରାଜନୈତିକ ଚାପରେ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା

କୋରାପୁଟଜିଲ୍ଲା/ କୋଟପାଡ଼(ସଖପ୍ର)-: ବିନା ପିସି ବା ହାତଗୁଞ୍ଜ।ରେ ଚାଲୁନି ଉନ୍ନୟନ ମୂଳକ କାର୍ଯ୍ୟ। ଠିକାଦାର ମାନଙ୍କୁ ଏତେ ମାତ୍ରାରେ ପିସି ଦେବାକୁ ପଡୁଛି ଯେ କାମଟି ନିମ୍ନମାନର ହେବା ସୁନିଶ୍ଚିତ। ପୁଣି କେଉଁ ସ୍ଥାନରେ କିଏ କାମ କରିବ ତାହାର ନିଷ୍ପତି ନେବେ ସୁପରମନ୍ତ୍ରୀ ଏବଂ ତାଙ୍କ ଅନୁଗାମୀ କୁଜି ନେତା। ଅଞ୍ଚଳରେ ବର୍ତ୍ତମାନ ଏମିତି ଅନେକ ଘଟଣା ଘଟୁଛି, ଯାହା ଶାସକ ଦଳ ପାଇଁ ମୁଣ୍ଡବ୍ୟଥା ହେବା ସହ ଦଳର ଭାବମୂର୍ତି ବିଗାଡିବାରେ ଲାଗିଛି। ଠିକା କାମ ଯୋଗେଇ ଦେବା ନାଁ ରେ ଶାସକ ଦଳର ଜଣେ ନେତା ଲାଞ୍ଚ ମାଗିବା ଓଡ଼ିଓ ଭାଇରଲ ହେବା ପରେ କୋରାପୁଟ ଜିଲ୍ଲା ବିଜେଡିରେ ହଡ଼କମ୍ପ ମଚିଛି।କୋଟପାଡ଼ ଅଞ୍ଚଳର ଜଣେ ବିଜେଡି ନେତା ଠିକା କାମ ଦେବା ବଦଳରେ ଲାଞ୍ଚ ନେବା ଘଟଣାକୁ ନେଇ ଅଞ୍ଚଳରେ ଜୋରଦାର ଚର୍ଚ୍ଚା। ମିଳିଥିବା ସୂଚନା ଏବଂ ଭାଇରଲ ହୋଇଥିବା ଓଡ଼ିଓକୁ ଶୁଣିଲେ ଜଣାପଡେ ଯେ, କୋଟପାଡ଼ ବ୍ଲକ, ଛତର୍ଲା ପଞ୍ଚାୟତର ମୋକାଗାଁର ଏକ କାମ ଦେବା ପାଇଁ ବିଜେଡି ନେତା, ସେହି ଗ୍ରାମର ଗୁରୁନାଥ ହରିଜନଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦାବି ମୁତାବକ ଗୁରୁନାଥ, ନେତା ମହାଶୟଙ୍କୁ ପ୍ରଥମେ ୮୫୦୦ ଟଙ୍କା ଦେଇଥିଲେ। ବଳକା ୧୫୦୦ ଟଙ୍କା ଦେବାରେ ବିଳମ୍ବ ହେବାରୁ ନେତା ଏବଂ ଠିକାଦାରଙ୍କ ମଧ୍ୟରେ ସ୍ଥାନିୟ ବ୍ଲକ କାର୍ଯ୍ୟାଳୟ ପରିସରରେ ପାଟିତୁଣ୍ଡ ହୋଇଥିଲା। ଦଳର କିଛି ବରିଷ୍ଠ କର୍ମୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ନେତା ବାବୁ ଜଣକ ଠିକାଦାର ଗୁରୁନାଥ ହରିଜନଙ୍କୁ ଫୋନ କରି ଏବଂ ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ସମୁଖରେ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିବା ଲିଖିତ ଅଭିଯୋଗ ହୋଇଛି। ଫଳରେ ଘଟଣାଟି ଏକ ନୂଆ ମୋଡ ନେଲା। ଠିକାଦାର ଜଣକ ଦିବ୍ୟାଙ୍ଗ ହେବା ସହ ଦଳିତ ହୋଇଥିବାରୁ ମୋତେ ନିର୍ଯ୍ୟାତନା ଦିଆ ଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହା ସହିତ କୋଟପାଡ଼ ଥାନାରେ ନେତା ପ୍ରଶାନ୍ତ ମହାନ୍ତିଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କୋଟପାଡ଼ ଥାନାରେ ଆଇପିସି ୧୮୬୦ ଅଧିନିୟମ ଅନୁଯାୟୀ ୨୯୪,୩୨୩,୫୦୬ ଧାରା ଏବଂ ଆଦିବାସୀ ହରିଜନ ସୁରକ୍ଷା ଅଧିନିୟମର ଧାରା ଲଗାଇ ମାମଲା ରୁଜୁ କରିଥିବା ଏଫଆଇଆର କପିରୁ ଜଣା ପଡ଼ିଛି।
ଏଫଆଇଆର ୨୫ ତାରିଖରୁ ହେବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ, କୋରାପୁଟର ପୂର୍ବତନ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ସଗରିଆ କୋଟପାଡ଼ ଥାନାରେ ପହଞ୍ଚିଥିଲେ। ଏହି ଘଟଣା ସମ୍ପର୍କରେ ଏସଡିପିଓ ଶ୍ରୀ ହରେକୃଷ୍ଣ ମାଝୀଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନରେ ହେଉଥିବା ବିଳମ୍ବର କାରଣ ପଚାରି ବୁଝିଥିଲେ। ଏସଡିପିଓ ଶ୍ରୀ ମାଝୀଙ୍କ କହିବା ଅନୁସାରେ, ଯେହେତୁ ସେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ଏହି କେଶକୁ ସମୟ ଦେଇପାରୁ ନାହାନ୍ତି। ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ସଗରିଆ। ଏହା ସହ ତୁରନ୍ତ ସମ୍ପୃକ୍ତ ବିଜେଡି ନେତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି। ମନ୍ତ୍ରୀଙ୍କ ନିକଟତମ ବ୍ୟକ୍ତି ହୋଇଥିବାରୁ ରାଜନୈତିକ ଚାପରେ ପୁଲିସ ଘଟଣାଟିକୁ ହାଲୁକା ଭାବେ ନେଉଥିବା, ତଥା ପୀଡିତ ଜଣେ ଦଳିତ ହୋଇଥିବାରୁ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ନଦେବା ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚା ଚାଲିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *