12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ର ଗିରଫ

ରାଉରକେଲା: ସହରର ସାଇବର ଥାନା ପୋଲିସ ବ୍ୟାଙ୍କ ରୁ 40 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 2 ଲକ୍ଷ 80 ହଜାର ଟଙ୍କା ଜବତ କରିଛି । ଏହି ଠକେଇ 2018 ମସିହା ସେପ୍ଟେମ୍ବର 21 ତାରିଖରୁ ଅକ୍ଟୋବର 5 ତାରିଖ ମଧ୍ୟରେ ବନ୍ଧମୁଣ୍ଡା ଏବଂ ବିରମିତ୍ରପୁର ଏକ ବ୍ୟାଙ୍କରୁ ଠକେଇ ହୋଇଛି ।

ଗ୍ରାମାଞ୍ଚଳ ଲୋକ ମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ବିଭିନ୍ନ ବ୍ୟାଙ୍କ ତରଫରୁ ଏହି ବ୍ୟାଙ୍କ ମିତ୍ର ଯୋଜନା କରାଯାଇଥିଲା । ବ୍ୟାଙ୍କ ତରଫରୁ ଏମାନଙ୍କ ନାମରେ ଆକାଉଣ୍ଟ ଖୋଲାଯାଇ କିଓସକେ ମାଧ୍ୟମରେ ଏହି ବ୍ୟାଙ୍କ ମିତ୍ରମାନେ ଏକ ମିନି ବ୍ୟାଙ୍କ ସଦୃଶ କାମ କରୁଥିଲେ । ଲୋକଙ୍କ ଟଙ୍କା ଜମା , ସହ ଟଙ୍କା ବାହାର କରିବା କାମ କରୁଥିଲେ ।
ଏହାର ସୁଯୋଗ ନେଇ ବ୍ୟାଙ୍କ ସର୍ଭରକୁ ଆସେସ କରି ଏ ପ୍ରକାର ଠକେଇ ହୋଇଥିବା ଜଣାପଡିଛି । ପ୍ରଥମେ ବନ୍ଧମୁଣ୍ଡାର ବ୍ୟାଙ୍କ ମିତ୍ର ସନ୍ତୋଷ ପତି ଏହି ଠକେଇରେ ସଫଳ ହେବା ପରେ ବିରମିତ୍ରପୁର ବ୍ୟାଙ୍କ ଶାଖାର ଦୁଇ ବନ୍ଧୁଙ୍କୁ ଏହି ଠକେଇ କାମରେ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ । ରାଉରକେଲା ସାଇବର ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଦିନ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *