02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଟ୍ବିନସିଟିକୁ ଅନ୍ୟ ଜିଲ୍ଲାର କୋରୋନା ରୋଗୀ ନ ଆସିବା ନେଇ କୋରାପୁଟରେ ତୀବ୍ର ଅସନ୍ତୋଷ

କୋରାପୁଟ: ପ୍ରଥମେ ପୁରୀର ସ୍ୱର୍ଗଦ୍ୱାର ଏବଂ ଏବେ ଭୁବନେଶ୍ୱର ଓ କଟକରେ ଥିବା ହସ୍ପିଟାଲ ଗୁଡିକୁ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ଲୋକଙ୍କ ପାଇଁ ନିଷେଧ ଘଟଣାକୁ ନେଇ କୋରାପୁଟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କୋରାପୁଟ ଜିଲ୍ଲା ସମେତ ପାଖଆଖ ଜିଲ୍ଲାର ବହୁ କୋରୋନା ଆକ୍ରାନ୍ତ ରୋଗୀ ଏହି ଅଞ୍ଚଳରେ ଉନ୍ନତ ସ୍ବାସ୍ଥ୍ୟସେବାର ଅଭାବ ଯୋଗୁଁ ଭୁବନେଶ୍ୱର ଓ କଟକ ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇଆସୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଏପରି ଅଚାନକ ନିଆଯାଇଥିବା ନିଷ୍ପତ୍ତି ଫଳରେ ବିଶାଖାପାଟଣାର ହସ୍ପିଟାଲକୁ ଯାଇ ଏହି ଅଞ୍ଚଳର ଗରିବ ରୋଗୀ ନିଷ୍ପେସିତ ହେବେ ବୋଲି କୋରାପୁଟର ବରିଷ୍ଠ ଆଇନଜୀବୀ ଅଜିତ ପାତ୍ର ଆଶଙ୍କା ବ୍ୟକ୍ତ କରିଛନ୍ତି। ସେପଟେ ଜୟପୁରସ୍ଥିତ କୋଭିଡ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା ଜଣାଇଛନ୍ତି । ରାଜଧାନୀ ଭୁବନେଶ୍ବରରେ ରାଜ୍ୟର ସମସ୍ତଙ୍କୁ ସର୍ବୋତ୍କଷ୍ଟ ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ କରିବା ପରେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ଆଞ୍ଚଳିକତାବାଦକୁ ପ୍ରୋତ୍ସାହନ ଯୋଗାଇବ ବୋଲି ଆଇନଜୀବୀ ଅଜିତ ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନା ଥାଉକି, କୋରୋନା ଆକ୍ରାନ୍ତଙ୍କୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପରାମର୍ଶ ଦେଇଛନ୍ତି । କଟକ, ଭୁବନେଶ୍ବରକୁ ଆସୁଥିବା ଆକ୍ରାନ୍ତ ଆନୁଷଙ୍ଗିକ ବ୍ୟବସ୍ଥାରେ ଆସିବାରୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ସିଜେନ ସପୋର୍ଟ ସହ ଆସିବା ପାଇଁ କହିଲେ ଚିଫ ସେକ୍ରେଟାରୀ ଅସିତ ତ୍ରିପାଠୀ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *