ଟିଉସନ କରି ତହସିଲଦାରଙ୍କ ଦ୍ୱାରା ଧରାପଡ଼ିଲେ ବେତନଭୋଗୀ କର୍ମଚାରୀ…
ମାଲକାନଗିରି (ସ.ଖପ୍ର )- କରୋନା ଭୁତାଣୁ ସାରା ବିଶ୍ଵ ସମେତ ଦେଶ ତଥା ଆମ ରାଜ୍ୟରେ ନିଜର କାୟା ବିସ୍ତାର କରି ମହାମାରୀ ରୂପ ଧାରଣ କରିଛି l ଏବେ ଦିନକୁ ଦିନ ଆକ୍ରାନ୍ତ ଙ୍କ ସାଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି l ସରକାର ସାମାଜିକ ଦୂରତା ସହ ମାସ୍କ ବ୍ୟବହାର ଜନ ଗହଳି ପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ବାରଣ କରିଛନ୍ତି ଏଥିସହ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷାଣ କରି ଥିବାବେଳେ ଘରୋଇ ଟିଉସନ୍ କିମ୍ବା କୋଚିଂ ସେଣ୍ଟର ବନ୍ଦ କରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ରହିଛି ଏହା ସତ୍ତ୍ୱେ କିଛି ଅମାନିଆ ଲୋକ ସରକାରୀ ନିୟମ କାନୁନ୍ କୁ ବେଖାତିର କରି କରୋନାକୁ ନ ଡରି କାର୍ଯ୍ୟ କରୁଛନ୍ତି l ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ଠାରେ l ଜଣେ ସରକାରଙ୍କ ଦରମା ଭୁକ୍ତ କର୍ମଚାରୀ ଙ୍କର ଟ୍ୟୁସନ୍ ନିଶା ଦେଖିବାକୁ ମିଳିଛି ।ଜିଲ୍ଲାପାଳଙ୍କ ବାରଣ ସତେ କାଲିମେଳା ଡିଗ୍ରୀ ମହାବିଦ୍ୟାଳୟ ର ଜଣେ କିରାଣୀ ଛୋଟ ପିଲାମାନଙ୍କୁ ନେଇ ଟିଉସନ୍ କରୁଥିବା ବେଳେ ଖବର ପାଇ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ସକାଳ ୮ ଟା ସମୟରେ ଚଢାଉ କରି ସମ୍ପୃକ୍ତ ଶିକ୍ଷକ ଙ୍କୁ କାଲିମେଳା ପୋଲିସ ଜିମା ଦେଇଛନ୍ତି ସୂଚନା ଯୋଗ୍ୟ ଯେ କାଲିମେଳା ପଡିଆ ଜାତୀୟ ରାଜପଥର କାଲିମେଳା ଛକ ଠାରୁ ୧ କିମି ଦୂର ବି ଏସ୍ ଏନ୍ ଏଲ୍ ଟାୱାର ନିକଟରେ ଥିବା ଇରିଗେସନ ବିଭାଗର ସରକାରୀ କ୍ୱାର୍ଟର ଭିତରେ ଏହି ଘରୋଇ ଟିଉସନ୍ ଚାଲିଥିବା ଦେଖିବାକୁ ମିଳିଛି l କରୋନା ମହାମାରୀ ନିୟମକୁ ଫୁ କରି ପିଲାମାନଙ୍କ ଜୀବନ ବିପଦରେ ପକାଇବାକୁ ପଛାଉନାହାନ୍ତି ଅର୍ଥ ଲୋଭି ଶିକ୍ଷିତ ବ୍ୟକ୍ତି |ଏହି ଶିକ୍ଷିତ ବ୍ୟକ୍ତି ଜଣକ ହେଲେ କାଲିମେଳା ମହାବିଦ୍ୟାଳୟର କିରାଣୀ ତାପସ କୁମାର ତ୍ରିପାଠୀ |ସକାଳୁ ନିଜ ବାଇକରେ ଯାଇ ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଟିଉସନ ଉପରେ ଚଢ଼ାଉ କରିଥିଲେ |ଏହି ଚଢ଼ାଉ ସମୟରେ କାଲିମେଳା ଥାନାଧିକାରୀ, ପି ଇ ଓ, ରାଜସ୍ବ ନିରୀକ୍ଷକ ଓ ଅନ୍ୟମାନେ |ପରେ ଶିଶୁ ମନ୍ଦିର ପଛପଟେ ଥିବା ଗୋଟିଏ ଘରେ ଟିଉସନ ହେଉଥିବା ଖବର ପାଇ ସେଠାରେ ମଧ୍ୟ ଚଢ଼ାଉ କରିଥିଲେ |ସେମାନଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚରା କରାଯାଇଛି |ଏବେ ପୁଣି ଯଦି କିଏ ବି କୋଭିଡ -୧୯ ନିୟମ ଉଲଂଘନକରି ଟିଉସନ କରିବେ ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଅନୁଗୁଳିଆ |