ଝାରବନ୍ଧ ବ୍ଲକ ଭଣ୍ଡରପୁରୀ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡକୁ ସହାୟତା ରାଶି ପ୍ରଦାନ

ବରଗଡଜିଲ୍ଲା/ଝାରବନ୍ଧ: ମହାମାରୀ କରୋନାର ଭୟାବହତା ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବେଲେ ଜନଜୀବନର ସୁରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଭାରତକୁ ଳକଡାଉନ କରିଛନ୍ତି। ଯାହାକୁ ଭାରତର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡାଉନକୁ ସଫଳ କରିବା ଦିଗରେ ତପ୍ତରତାର ସହ ସୁରକ୍ଷା ନିମନ୍ତେ କାର୍ଯ୍ୟକରୁଛନ୍ତି। ଏହି ସମୟରେ ଓଡିଶା ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଜରିଆରେ ରନ୍ଧାଖାଦ୍ୟ ଗରିବ ଜନତାଙ୍କ ପାଖକୁ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ସେହିପରି ଡାକ୍ତର ନର୍ସ ସଫେଇ କର୍ମଚାରୀଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ । ପୋଲିସର କଡାକଡି ସୁରକ୍ଷା ବ୍ୟବସ୍ଥା ଯାହା ଜନସାଧାରଣ ପାଇଁ ଏକ ବଳିଦାନ ଅଟେ । କରୋନା ମୁକାବିଲା ପାଇଁ ସଚେତନ ହିଁ ବଡ ଅସ୍ତ୍ର । ଏହି ଦୁଃସମୟରେ ମହାମାରୀ ” କରୋନା ” ର ମୁକାବିଲା ସକାଶେ ଓଡିଶାର ଶେଷ ସୀମାରେ ଥିବା ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ଅଧିନ ଭଣ୍ଡରପୁରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଭୋଜରାଜ ବାଗ ଏବଂ ତାଙ୍କ ସହଧର୍ମିଣୀ ଭୂବନେଶ୍ବରୀ ବାଗ ସହାୟତା ରାଶି ୪୦,୦୦୦ ( ଚାଳିଶ ହଜାର ଟଙ୍କା ) ଚେକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଳିଫ ପାଣ୍ଠି ଓଡିଶାକୁ ରୁନୁ ଲାକ୍ରା ଝାରବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ଦେଇଛନ୍ତି । ସରପଞ୍ଚ ଭୋଜରାଜ ବାଗଙ୍କ ମହତକାର୍ଯ୍ୟକୁ ଅଞ୍ଚଳରେ ଭୁରିଭୁରି ପ୍ରଶଂସା କରାଯାଉଛି ।
ବରଗଡରୁ ପ୍ରତିନିଧି ମୋତିଲାଲ ବାଗ