02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଝରିଗାଁ ବ୍ଲକ ବିଜେଡି ତରଫରୁ ବିଜେଡି ସଙ୍ଗଠନ ସମ୍ପାଦକ ବବି ଦାସଙ୍କୁ ବିପୁଳ ସମ୍ବର୍ଦ୍ଧନା

ଉମରକୋଟ/ଝରିଗାଁ ୫/୮(ସଖପ୍ର): ନବରଙ୍ଗପୁର ଜିଲାକୁ ଦିନିକିଆ ଗସ୍ତରେ ଆସିଥିବା ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଝରିଗାଁ ବ୍ଲକ ଗସ୍ତରେ ଆସି ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ବିଜୁ ପ୍ରେମୀଙ୍କୁ ସଂଗଠନ କୁ ଶକ୍ତିଶାଳୀ କରିବାପାଇଁ ଗୁରୁମନ୍ତ୍ର ଦେଇ ଅଛନ୍ତି।ଜିଲ୍ଲା ସଂଯୋଜକ ପ୍ରମୋଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦଳୀୟ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା,ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ରାଜ୍ୟ ଛାତ୍ର ସଭାପତି ଦିଲୁ ପଣ୍ଡା,ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି ନିବେଦିତା ମହାନ୍ତି,ନବିନା ନାୟକ,ମଞ୍ଜୁଳା ମାଝୀ,ଡାବୁଗାଁ ବ୍ଲକ ପର୍ଯ୍ୟବେକ୍ଷକ ଅଶୋକ କୁମାର ମୂର୍ତ୍ତି, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ,ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ,ଜିଲ୍ଲା ଯୁବ ସଭାପତି ଶିବାନନ୍ଦ ବିଷୋୟୀ,ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଙ୍କୁ ଝରିଗାଁ ବ୍ଲକ ବିଜେଡି ତରଫରୁ ବ୍ୟାପକ ସ୍ୱାଗତ ଓ ସମ୍ବର୍ଦ୍ଧନା ସହିତ ଅତିଥିଗଣଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସଂଗଠନ ସମ୍ପାଦକ ବବି ଦାସ ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ସଂଗଠନକୁ କିଭଳି ଅଧିକ ସୁଦୃଢ଼ କରାଯାଇ ପାରିବ ସେଥିନେଇ ନବନିଯୁକ୍ତ ଦଳୀୟ ପଦାଧିକାରୀ ଙ୍କ ସହିତ ଆଲୋଚନା କରି ମତାମତ ସଂଗ୍ରହ କରିବା ସହିତ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ସମସ୍ତ ବିଜୁପ୍ରେମୀ ତୃଣମୂଳ ସ୍ତରରେ ପହଞ୍ଚି ଲୋକଙ୍କ ନିକଟତର ହେବାପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଉଦୟ ନାୟକ,ଆତ୍ମା ସଭାପତି ଟିକଚନ୍ଦ ମାଝୀ, ରାମଧର ମାଝୀ,ଦୁର୍ଗା ମାଝୀ,ଶିବରାମ ଶତପଥୀ,ସଞ୍ଜୟ ଲେଙ୍କା,ପ୍ରଦୀପ ଗାଉଁଣ୍ଟିଆ,ଲାଲୁପଟ୍ଟନାୟକ,ସଞ୍ଜୟ ଗୁପ୍ତା,ପିଙ୍କୁ କାହାଳିଆ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

ଝରିଗାଁରୁ ଘିନୁ ପନାକାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *