ଝରଣା ଝରରୁ ନିଜ ଗାଁକୁ ଆଣିଲେ ପାଣି..
ମାଲକାନଗିରି (ସ.ଖ.ପ୍ର):ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମାଡକାପଦର ପଂଚାୟତ ଅନ୍ତର୍ଗତ ଗାଁ ହେଉଛି ଗୁମାଝରଣ |ଏହି ଗାଁରେ ଏକ ଝରଣା ଅଛି |ଏହା ଡୁଡୁମାର ଏକ ଧାର |ଏହାର ପ୍ରାକୃତିକ ଦୃଶ୍ୟ ଅତି ମନୋରମ |ଗୁମାଝରଣ ଗାଁର ଚାଷ ପାଇଁ ପାଣି ନ ଥିବାରୁ ଗ୍ରାମବାସୀ ଏହି ଝରଣାର ଝରକୁ ନିଜ ଚାଷ ଜମିକୁ ନେବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ |ଝରକୁ ଚାଷ ଜମି ପାଇଁ ରାସ୍ତା କାଟି କାଟି ନିଜ ଜମି ପାଖକୁ ଆଣି ପ୍ରାୟ ୫0ଏକର ଜମିରେ ଚାଷ କରିଥିଲେ |ଏ ବିଷୟରେ ପ୍ରଶାସନ ପାଖରେ କିଛି ଖବର ନାହିଁ |ଏଠାରେ ପାଣିକୁ ସଂଗୃହିତ କରି ପ୍ରକଳ୍ପ ତିଆରି କରିବାକୁ ବ୍ଲକ ପ୍ରଶାସନ ପାଖରେ ଦାବି କରିବି ବୋଲି ମଡ଼କପଦର ସରପଞ୍ଚ ଧବଲୁ ଶୀଶା ଜଣାଇଛନ୍ତି |