ଜୟପୁର ସ୍ଥିତ ସ୍ଥାନୀୟ ଜଇଲୁମ ଚର୍ଚ୍ଚରେ ଜୟପୁର ଗ୍ରାମ ସଭା ନିର୍ବାଚନ ଫଳାଫଳ

ଜୟପୁର ୨୩/୦୯ (ସଖପ୍ର): ଜୟପୁର ଠାରେ ଜୟପୁର ସ୍ଥିତ ସ୍ଥାନୀୟ ଜଇଲୁମ ଚର୍ଚ୍ଚରେ ଜୟପୁର ଗ୍ରାମ ସଭା ନିମନ୍ତେ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ସଭାପତି ନିମନ୍ତେ ୨ ଜଣ , ଉପସଭାପତି ପାଇଁ ୩, ସଂପାଦକ ପାଇଁ ୨ ଜଣ, କୋଷାଧ୍ୟକ୍ଷ ନିମନ୍ତେ ୨ ଜଣ, ପୁରୁଷ ସଭ୍ୟ ପାଇଁ ୩ ଜଣ ଯୁବକ ସଭ୍ୟ ନିମନ୍ତେ ୨ ଜଣ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସ୍ତ୍ରୀ ସଭ୍ୟା ନିମନ୍ତେ ୩ ଜଣ ଆଶାୟୀ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସକାଳ ୮ ଘଣ୍ଟା ସମୟ ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏହାପରେ ରାତ୍ରରେ ହିଁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଆଜି ସକାଳ ୮ ଘଣ୍ଟା ସମୟରେ ନିର୍ବାଚିତ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇଥିଲା । ଏହି ନିର୍ବାଚନରେ ସଭାପତି ଭାବେ ସୁଧାଂଶୁ ଶେଖର ସିତାରାମ ୯୨୧ ଭୋଟ ପାଇ ବିଜୟୀ ହୋଇଛନ୍ତି। ଉପସଭାପତି ଭାବେ ପ୍ରଣବ କିଶୋର ନାୟକ ୫୫୪ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଏମ୍.ଜି. ଜ୍ୟୋତିର୍ମୟ ୮୯୯ ଭୋଟ ପାଇ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେକ୍ରେଟାରୀ ଭାବେ ନିରୁପ କୁମାର ପିଲିପ୍ପ୍ ୧୦୬୯ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଯୁବକ ସଭ୍ୟ ପାଇଁ ମୀଖାୟଲ ଟାକ୍ରୀ ୯୫୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ପୁରୁଷ ସଭ୍ୟ ନିମନ୍ତେ ପ୍ରତ୍ୟୁଷ ୯୪୩, ବୁନୁ ୯୦୭, ଏବଂ ପ୍ରବିଣ ୮୧୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେପଟେ ସ୍ତ୍ରୀ ସଭ୍ୟା ନିମନ୍ତେ ମାଧୁରୀ ପାତ୍ର ୮୭୭ , ଅନିତା ନାୟକ ୮୨୧, ଏବଂ ଭାରତୀ ୭୧୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚିତ ସଭ୍ୟ ଏବଂ ସଭ୍ୟା ମାନେ ଆସନ୍ତା ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ନେଇ ସୂଚନା ମିଳିଛି। ପୂର୍ବରୁ ଯେଉଁ ତାଲୁକ ପାଇଁ ନିର୍ବାଚନ ହୋଇଥିଲା ସେହି ନିର୍ବାଚନରେ ଶ୍ରୀ ପ୍ରଫୁଲ୍ଲ କୁମାର ଭତ୍ରା ବହୁ ସଂଖ୍ୟା ଭୋଟ ପାଇ ନିର୍ବାଚିତ ହୋଇଥିଲେ।